ଖାଦ୍ୟ ଓ ଶିକ୍ଷଣ ସାମଗ୍ରୀ ବଣ୍ଟନ

 କେନ୍ଦ୍ରାପଡା : କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ନିମାଇଁ ଚରଣ ମାନସିକ ନୁ୍ୟନ ସଂସ୍ଥାନ ପରିସରରେ ସ୍ୱୟଂଶ୍ରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ସାମଗ୍ରୀ ଓ ଶିକ୍ଷଣ ସାମଗ୍ରୀ ବଣ୍ଟନ କରାଯାଇଛି । ଦିବ୍ୟାଙ୍ଗ ପିଲାମାନଙ୍କ ପ୍ରତି ସମାଜରେ ଭଲ ପାଇବା ଓ ସେମାନଙ୍କର ମନୋବଳ ଦୃଢ କରିବା ଭଳି ଭାବନା ଜାଗ୍ରତ କରାଇବା ସହିତ ସମାଜର ଭାତୃଭାବ ଜାଗ୍ରତ କରିବା ଏହି ଅନୁଷ୍ଠାନର ଉଦେ୍ଦଶ୍ୟ । ଏହି କାର୍ଯ୍ୟକ୍ରମରେ ସ୍ୱୟଂଶ୍ରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଭାପତି ଦେବାଶିଷ ସାମଲଙ୍କ ସମେତ ଆଶୀଷ ସାମଲ, ସ୍ମୃତିରଂଜନ ନାୟକ, ଦେବନଜ୍ୟୋତି ସାହୁ, ବିଭୁତି ଭୂଷଣ ମଲ୍ଲିକ, ଜିତେନ୍ଦ୍ର ବେହେରା, ମନୋରଞ୍ଜନ ପଲେଇ, ବିଶ୍ୱରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
୧.୨୭ ଊଦ୍ଧ୍ୱର୍ ଚାଷୀ ପାଇଲେ ପିଏମ କିଷାନ କିସ୍ତି
ାା ପ୍ରଭାନୁ୍ୟଜ ।ା କେନ୍ଦ୍ରାପଡା,୪ା୮: କେନ୍ଦ୍ରାପଡା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଲାଇଭ ଷ୍ଟ୍ରିମିଙ୍ଗ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିଏମ କିଷାନ ସମ୍ମାନ ନିଧି ଅନ୍ତର୍ଗତ ଚାଷୀମାନଙ୍କୁ ସହାୟତା ରାଶି ହସ୍ତାନ୍ତର କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇଥିଲା । ଏହି ଯୋଜନାରେ ଜିଲ୍ଲାର ୧ଲକ୍ଷ ୨୭ ହଜାର ୬୦୫ ଜଣ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଅର୍ଥରାଶି ହସ୍ତାନ୍ତର କରାଯିବ । ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ବୈଜୟନ୍ତ ପଣ୍ଡା, ମହାକାଳପଡା ବିଧାୟକ ଡ଼ଃ ଦୁର୍ଗାପ୍ରସନ୍ନ ନାୟକ, ଜିଲ୍ଲା ପରିଷଦ ସଭାପତି ଲିଳିତା ଦାସ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୁରେଶ ଚନ୍ଦ୍ର ମଲ୍ଲିକ ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଚାଷୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର ୯ କୋଟି ୭୦ ଲକ୍ଷରୁ ଊଦ୍ଧ୍ୱର୍ ଚାଷୀ ଭାଇ ଭଉଣୀମାନଙ୍କ ଜମା ଖାତାରେ ୨୦ ତମ କିସ୍ତି ମାଧ୍ୟମରେ ୨୦,୫୦୦ କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ପ୍ରାଥମିକ ଭାବେ ଜିଲ୍ଲାର ୨୩୨  ଜଣ ଚାଷୀଙ୍କ ଜମାଖାତାକୁ ପ୍ରତ୍ୟେକ ୨୦୦୦ ଟଙ୍କା ହସ୍ତାନ୍ତର କରାଯାଇଛି ।