ବିଧାୟକଙ୍କୁ ରାକ୍ଷୀ ବାନ୍ଧିଲେ ଆଶ୍ରମ ସଦସ୍ୟା
ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ପାଙ୍ଗାମ ସଦର ସ୍ଥିତ ଓଁ ଶାନ୍ତି ବ୍ରହ୍ମକୁମାରୀ ଆଶ୍ରମର ସଦସ୍ୟା ମାନେ ଆଜି ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲଙ୍କୁ ତାଙ୍କ ବାସଭବନରେ ଭେଟି ବିଧାୟକଙ୍କୁ ପୁଷ୍ପ, ଚନ୍ଦନ ଏବଂ ସିନ୍ଦୁର ଦେଇ ନାନାଦି ପିଠା ଏବଂ ମିଠା ଖୁଆଇ ରାକ୍ଷୀ ବାନ୍ଧିଛନ୍ତି । ପ୍ରଥମେ ଆଶ୍ରମ ପକ୍ଷରୁ ବିଧାୟକଙ୍କୁ ଉପଢୌକନ ଦେଇ ସମ୍ମାନିତ କରିବା ପରେ ଏହି ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ତେବେ ବିଧାୟକ ଶ୍ରୀ ଖିଲ ମଧ୍ୟ ସଦସ୍ୟା ମାନଙ୍କୁ ସମ୍ମାନିତ କରିବା ସହ ଆଶ୍ରମରେ ଥିବା ବିଭିନ୍ନ ମୌଳିକ ସମସ୍ୟା ଗୁଡ଼ିକ ସମ୍ବନ୍ଧରେ ଆଲୋଚନା କରିଥିଲେ । ତେବେ ଅଗାମୀ ଦିନରେ ଆଶ୍ରମରେ ଥିବା ସମସ୍ତ ସମସ୍ୟା ଗୁଡିକର ସମାଧାନ ନିଶ୍ଚୟ କରିବେ ବୋଲି ବିଧାୟକ ଶ୍ରୀ ଖିଲ ପ୍ରତିଶ୍ରୁତି ଦେଇଛନ୍ତି । ବିଧାୟକ ସର୍ବଦା ନିଜ କାର୍ଯ୍ୟରେ ଏଣେତେଣେ ବ୍ୟସ୍ତ ରହୁଥିବା ହେତୁ ଏହି ଆଶ୍ରମର ସଦସ୍ୟା ମାନେ ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ବିଧାୟକଙ୍କୁ ଆଜି ରାକ୍ଷୀ ବାନ୍ଧିଥିବା ଜଣାପଡିଛି । ବିଧାୟକଙ୍କୁ ରାକ୍ଷୀ ପିନ୍ଧାଇ ଆଶ୍ରମର ସଦସ୍ୟା ମାନେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିବା କହିଛନ୍ତି ।