ବିଦୁ୍ୟତ ତାରରେ ଲାଗିଗଲା ଭ୍ୟାନ ୫ କାଉଡିଆ ମୃତ
ଭାଗଲପୁର : ବିହାରର ଭାଗଲପୁରରେ ଏକ ଭ୍ୟାନ ବିଦୁ୍ୟତ ତାର ସଂସ୍ପର୍ଶରେ ଆସିଯିବାରୁ ୫ଜଣ କାଉଡିଆଙ୍କ ମୃତୁ୍ୟ ହୋଇଛି । ଏଥିରେ ୩ଜଣ ଆହତ ହୋଇଛନ୍ତି । ରବିବାର ଏହି ଅଘଟଣ ଘଟିଛି । ଉକ୍ତ ଭ୍ୟାନରେ ୯ଜଣ ଥିବା ବେଳେ ସୋମବାର ଜଳାଭିଷେକ ପାଇଁ ସୁଲତାନଗଞ୍ଜରୁ ଜ୍ୟେଷ୍ଠଗୌରନାଥ ଯାଉଥିଲେ । ଶାହକୁନ୍ଦ ପୁଲିସ ଥାନା ସୁଲତାନଗଞ୍ଜ ମେନ ରୋଡ ମହନ୍ତ ସ୍ଥାନ ନିକଟରେ ଭ୍ୟାନଟି ବିଦୁ୍ୟତ ତାରରେ ଲାଗି ଯାଇଥିଲା । ଖବର ପାଇ ସ୍ଥାନୀୟ ପ୍ରଶାସନ ଓ ପୁଲିସ ପହଞ୍ଚି ଉଦ୍ଧାର କରିଥିଲେ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।