ବିଦୁ୍ୟତ ଆଘାତରେ ଯୁବକ ଗୁରୁତର
ସୁକିନ୍ଦା : ଦାନଗଦୀ ବ୍ଲକ ଓସ୍ତପାଳ ପଞ୍ଚାୟତ ବାଲିଗୋଠ ଗ୍ରାମର ହୀରାଲାଲ ମହାନ୍ତ(୩୬)ବିଦୁ୍ୟତ ଆଘାତରେ ଗୁରୁତର ହୋଇ ସୁକିନ୍ଦା ଗୋଷ୍ଠୀ କେନ୍ଦ୍ରରେ ଭର୍ତି ହୋଇଛନ୍ତି । ସୂଚନା ମୁତାବକ ବାଲିଗୋଠ ଗ୍ରାମ ସୋମନାଥ ମହାନ୍ତଙ୍କ ପୁଅ ହୀରାଲାଲ ରବିବାର ରାତିରେ ଘରେ ଫ୍ୟାନ ଲଗାଉଥିବା ସମୟରେ ବିଦୁ୍ୟତ ଆଘାତର ଶୀକାର ହୋଇଥିଲେ । ପରିବାର ଲୋକେ ହୀରାଲାଲକୁ ତୁରନ୍ତ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।