ରାଜ୍ୟରେ ୩୫ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ
ଭୁବନେଶ୍ୱର : ଆଜି ବିଧାନସଭା ଗୃହରେ ପ୍ରଶ୍ନକାଳ ସମୟରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଶୀତଳ ଭଣ୍ଡାରକୁ ନେଇ ପ୍ରଶ୍ନ ରଖିଥିଲେ । ବିଧାନସଭା ଗୃହରେ ଉତ୍ତର ରଖି ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି । ୩୩ଟି ବେସରକାରୀ ଓ ୨ଟି ସରକାରୀ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ । ଏହାର କ୍ଷମତା ରହିଛି ୧ ଲକ୍ଷ ୭୨ ହଜାର ୧୮୦ ମେଟ୍ରିକ ଟନ୍ । ବିଗତ ୧୦ ବର୍ଷରେ ରାଜ୍ୟରେ ୨୬ଟି ଶୀତଳ ଭଣ୍ଡାର ନିର୍ମାଣ ହୋଇଛି । ସେମଧ୍ୟରୁ ୨୨ଟି କାର୍ଯ୍ୟକ୍ଷମ ଓ ୪ଟି କାର୍ଯ୍ୟକ୍ଷମ ନାହିଁ । ଅନ୍ୟପଟେ ରାଜ୍ୟରେ ମୋଟ ୧୧୩ଟି ଶୀତଳ ଭଣ୍ଡାର ମଧ୍ୟରୁ ୯୮ଟି କାର୍ଯ୍ୟକ୍ଷମ ନାହିଁ । ଯେଉଁଥିରେ ୨୦ଟି ସରକାରୀ ଏବଂ ୭୮ଟି ବେସରକାରୀ ଶୀତଳ ଭଣ୍ଡାର ରହିଛି । ଯାହାର କ୍ଷମତା ୨.୨୯ ଲକ୍ଷ ମେଟ୍ରିକ୍ ଟନ୍ । ନୂଆ ଶୀତଳଭଣ୍ଡାର ପାଇଁ ସରକାର ଆର୍ଥିକ ବ୍ୟବସ୍ଥା କରିଛନ୍ତି ।ସବ୍ ଡ଼ିଭିଜନ ସ୍ତରରେ ୫୮ଟି ଶୀତଳ ଭଣ୍ଡାର ନିର୍ମାଣ ଲକ୍ଷ୍ୟ । ୨୫୨ କୋଟି ଟଙ୍କା ବ୍ୟୟବରାଦ । ୧୫ଟିି ନୂଆ ଓ ଦୁଇଟି ଅଚଳ ଭଣ୍ଡାର କାର୍ଯ୍ୟକ୍ଷମ ପାଇଁ ଦରଖାସ୍ଥ ପହଞ୍ଚିଛି । ଯଦି ସବୁ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହୋଇଥାନ୍ତା ଆଳୁ ଝଡ଼ ଦେଖିବାକୁ ମିଳିନଥାନ୍ତା ।