ଗ୍ରିନ ଇଣ୍ଡିଆ ଚିଟଫଣ୍ଡ କମ୍ପାନୀ ମାଲିକଙ୍କ ଘରେ ଇଡ଼ିର ରେଡ଼୍
ବ୍ରହ୍ମପୁର : କୋଟି କୋଟି ଟଙ୍କା ଚିଟଫଣ୍ଡ ଠକେଇ ମାମାଲାରେ ବ୍ରହ୍ମପୁରରେ ଇଡ଼ିର ରେଡ଼ । ବିଏନପୁର ଥାନା ଅଯୋଧ୍ୟା ନଗର ସ୍ଥିତ ଘରେ ରେଡ଼ । ଗ୍ରୀନ୍ ଇଣ୍ଡିଆ ଚିଟଫଣ୍ଡ କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସିଂଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢାଉ ହୋଇଛି । ଆଜି ଇଡିର ୬ ଜଣିଆ ଦଳ ବ୍ରହ୍ମପୁର ଆଯୋଧ୍ୟାନଗର ୨ୟ ଲାଇନ୍ ସ୍ଥିତ ପ୍ରଦୀପଙ୍କ ବାସ ଭବନରେ ପହଞ୍ଚି ପଚରା ଉଚରା କରୁଛନ୍ତି ।
ଗ୍ରୀନ ଇଣ୍ଡିଆ ଚିଟ ଫଣ୍ଡ ସଂସ୍ଥାର ଆର୍ଥିକ ଠକେଇ ସାମ୍ନାକୁ ଆସିବା ପରେ ପ୍ରଦୀପ ସିଂ ଗିରଫ ହୋଇ ଜେଲରେ ଥିଲା । ବର୍ତ୍ତମାନ ସେ ଜାମିନରେ ଅଛନ୍ତି । ନିକଟରେ ତାଙ୍କ ନାମରେ ବୈଦ୍ୟନାଥପୁର ଥାନାରେ ଏକାଧିକ ଆର୍ଥିକ ଠକେଇ ମାମଲା ରୁଜୁ ହୋଇଥିଲା ।