ପ୍ରକାଶ ପାଇଲା ଦଶମ ବୋର୍ଡ ପରୀକ୍ଷା : ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା 

ପ୍ରକାଶ ପାଇଲା ଦଶମ ବୋର୍ଡ ପରୀକ୍ଷା : ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା 

କଟକ : ପ୍ରକାଶ ପାଇଲା ଦଶମ ବୋର୍ଡ ପରୀକ୍ଷା ତାରିଖ । ଆସନ୍ତା ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ବର୍ଷର ମାଟ୍ରିକ ପରିକ୍ଷା ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ । ପରୀକ୍ଷା ସକାଳ ୯ ଟାରୁ ଆରମ୍ଭ ହୋଇ ସାଢେ ୧୧ଟା ଯାଏଁ ଚାଲିବ। ସବୁ ବିଷୟ ପାଇଁ ଅଢେଇ ଘଣ୍ଟା ସମୟ ମିଳିବାକୁ ଥିବାବେଳେ ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଅଧିକ ୧୫ ମିନିଟର ସମୟ। ଉଭୟ ରେଗୁଲାର ଏବଂ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଏହି ନିୟମ ଲାଗୁ ହେଉଛି । ଏଥର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେବେ ।

    ଫେବ୍ରୁଆରୀ ୧୯ ତାରିଖ ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେହିଭଳି ୨୧ ତାରିଖରେ ଇଂରାଜୀ, ୨୩ ତାରିଖରେ ସଂସ୍କୃତ/ହିନ୍ଦୀ, ୨୫ ତାରିଖରେ ବିଜ୍ଞାନ ଏବଂ ୨୭ ତାରିଖରେ ସାମାଜିକ ବିଜ୍ଞାନ ଥିବାବେଳ ମାର୍ଚ୍ଚ ୨ ତାରିଖରେ ଗଣିତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । 

schedule 1