ବନ୍ୟପ୍ରାଣୀ-ମଣିଷ ଲଢେ଼ଇ; ୧୩୯୬ ମୃତ

ଭୁବନେଶ୍ୱର : ବନ୍ୟପ୍ରାଣୀ ଓ ମଣିଷ ଲଢେଇ ଥମିବାର ନାଁ ନେଉନି । ବନ୍ୟପ୍ରାଣୀ ଓ ମଣିଷ ଲଢେଇରେ ୧୦ ବର୍ଷରେ ଯାଇଛି ୧୩୯୬ ଲୋକଙ୍କ ଜୀବନ । ଏନେଇ ୬୧୭୪.୬୮ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିଛନ୍ତି ସରକାର । ଏହି ଲଢେ଼ଇରେ ୫୬୦୯ ବନ୍ୟପ୍ରାଣୀଙ୍କ ମୃତ୍ୟୁ ମଧ୍ୟ ହୋଇଛି । ମୃତ୍ୟୁସଂଖ୍ୟା ରୋକିବାକୁ ଜଙ୍ଗଲ ଓ ପରିବେଶ ବିଭାଗ ନେଉଛି ପଦକ୍ଷେପ । ବନ୍ୟପ୍ରାଣୀଙ୍କ ବାସସ୍ଥଳୀର ସୁରକ୍ଷା, ବୃକ୍ଷରୋପଣ, ଚାରଣ ଭୂମିର ହେଉଛି ବିକାଶ । ବନ୍ୟପ୍ରାଣୀ ଓ ଶିକାରୀଙ୍କ ଗତିବିଧି ନିରୀକ୍ଷଣ ଉପରେ ଦିଆଯାଉଛି ଗୁରୁତ୍ୱ । ଆଜି ବିଧାନସଭାରେ ଏପରି ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।