ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକୋତ୍ସବ

ବ୍ରହ୍ମବରଦା: ରସୁଲପୁର ବ୍ଲକ୍ ବ୍ରହ୍ମବରଦା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୧୨ତମ ବାର୍ଷିକୋତ୍ସବ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପଞ୍ଚାନନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ଯାଜପୁର ସାଂସଦ ଡ. ରବିନ୍ଦ୍ର ନାରାୟଣ ବେହେରା, ଅବସରପ୍ରାପ୍ତ ଇଂରାଜୀ ବିଭାଗର ଅଧ୍ୟାପକ ଡ. ବିକ୍ରମ କୁମାର ମହାପାତ୍ର ଯୋଗଦେଇ ଏକ ବିକଶିତ ଭାରତ ଗଢିତୋଳିବାରେ ଛାତ୍ରଛାତ୍ରୀଙ୍କ ଅବଦାନ ଯଥେଷ୍ଟ ରହିଛି ବୋଲି କହିଥିଲେ । ଅନ୍ୟତମ ଅତିଥି ସ୍କୁଲ ପୂର୍ବତନ ସଭାପତି ପ୍ରତାପ କେସରୀ ଦେଓ, ପୂର୍ବତନ ସମ୍ପାଦକ ସଞ୍ଜୟ ବେହେରା ଉପସ୍ଥିତ ରହି ଶିଶୁ ଶିକ୍ଷା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସ୍କୁଲର ବାର୍ଷିକ କ୍ରୀଡ଼ା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ମାନପତ୍ର ଦିଆଯାଇ ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ "ଆମ ପରିବେଶ ଆମ ସୁରକ୍ଷା’ ନାଟକ ମଞ୍ଚସ୍ଥ କରାଯାଇଥିଲା । ସ୍କୁଲ ପ୍ରଧାନ ଆଚାର୍ଯ୍ୟ ରାଜକୁମାର ବାରିକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ, ବିଦ୍ୟାଳୟର ସମ୍ପାଦକ ହେମନ୍ତ କୁମାର ସାହୁ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ଓ କର୍ମଚାରୀ ଉପସ୍ଥିତ ରହି ସଭାକାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଶିକ୍ଷାବିତ୍ ବିରେଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।