ଶ୍ରୀକୃଷ୍ଣଙ୍କୁ ଜାରାଶବରର ଶରାଘାତ

ଶ୍ରୀକୃଷ୍ଣଙ୍କୁ ଜାରାଶବରର ଶରାଘାତ


ନିଜ ଚକ୍ଷୁ ସମ୍ମୁଖରେ ଯାଦବବଂଶୀ ନାଶ ଦେଖି ପଦ୍ମନାଭ ଅତିଶୟ ଦୁଃଖିତ  ହୋଇପଡିଲେ । ଆଖିରୁ ଝରି ପଡିଲା ଲୁହଧାର । ହରଧର ଅମ୍ବାସୁର ସହିତ ସହିତ ଲିପ୍ତ ଥିବା ସମୟରେ ଶ୍ରୀକୃଷ୍ଣ ପିତାମାତାଙ୍କୁ ଭେଟିବା ପାଇଁ ଦ୍ୱାରକା ଚାଲି ଆସିଲେ । ଶ୍ରୀକୃଷ୍ଣଙ୍କ ବିଷର୍ଣ୍ଣ ବଦନକୁ ଦେଖି ପିତା ବସୁଦେବ ପଚାରିଲେ- “ବାବୁରେ, ଚନ୍ଦ୍ରବଦନ କାହିଁକି ବିଷର୍ଣ୍ଣ ତୋର ମଳିନ ଦିଶୁଛି ? ଶ୍ରୀକୃଷ୍ଣ କହିଲେ- “ପିତା ସମସ୍ତ ଯାଦବେ ନିଜ ନିଜ ଭିତରେ ମରାମରି ହୋଇ ନାଶଗଲେ । ମୁଁ ଏବେ ପ୍ରଭାସ ତୀର୍ଥକୁ ଯାଇ ତପସ୍ୟା କରିବି । ଅର୍ଜୁନଙ୍କୁ ପଠାଇବି । ତା ସହିତ ମୋର ଷୋହଳ ସହସ୍ର ନାରୀମାନଙ୍କୁ ପଠାଇଦେବ । ମୁଁ ଉଚିତ ସମୟରେ ଆସି ପହଁଞ୍ଚôବି ।
ପିତା ବସୁଦେବଙ୍କୁ ବୁଝାଇ ଶ୍ରୀକୃଷ୍ଣ ଫେରିଆସିଲେ ଓ ସମୁ୍ଦ୍ର ଚନ୍ଦ୍ରଭାଗା ତୀର୍ଥରେ ପହଁଞ୍ଚôଲେ । ଏହି ତୀର୍ଥରେ ଥିବା କାଳେନ୍ଦୀ ନଦୀ କୂଳସ୍ଥ ବଣ ଭିତରେ ଯାଇ ବିଶ୍ରାମ ନେଲେ । ଅମ୍ବାସୁରକୁ ବଧକରି ହଳଧର ଆସି ଶ୍ରୀକୃଷ୍ଣଙ୍କ ନିକଟରେ ପହଁଞ୍ଚôଲେ । ଦେଖିଲେ ଗୋବିନ୍ଦ ବିରସ ବଦନରେ ବସିଛନ୍ତି । ବଳରାମ କହିଲେ ଏବେ ଆଉ ଦୁôଃଖ କଷଳ କ’ଣ ହେବ । ଯାହା ଘଟିବାର ଥିଲା ଘଟିଗଲା । ଏହା କହି ବଳରାମ ଶ୍ରୀକୃଷ୍ଣଙ୍କ ମୁଖକୁ ଚାହିଁ ହଠାତ୍ ସର୍ପରୂପ ଧାରଣ କରି କ୍ଷୀର ସମୁଦ୍ରରେ ପଶିଗଲେ । ଯେଉଁଠାରେ ମୁରାରୀ ଶୟନ କରିଥାନ୍ତି, ସେହିଠିକୁ ବଳରାମ ଗମନ କଲେ । ବଳରାମ ନିଧିନ ଦେଖିଣ ଭଗବାନ ମନେ ମନେ କହିଲେ- “ଏ ଅସମୟରେ ତୁମ୍ଭେ ମଧ୍ୟ ସଂକ୍ରିଷଣ ମୋତେ ଛାଡିଗଲ ? ଜଗତରେ ସମସ୍ତେ ଆମ୍ଭଙ୍କୁ ହରି ବଳରାମ ବୋଲି ଡାକନ୍ତି । ଏବେ ଏକା କରି ମୋତେ ପରିତ୍ୟାଗ କରି ଚାଲିଗଲ । ଏହି ସମୟରେ ଶ୍ରୀକୃଷ୍ଣ ଦେଖିଲେ ତାଙ୍କ ହାତରୁ ଶଙ୍ଖ, ଚକ୍ର ଦୁହେଁ ବଇକୁଣ୍ଠ ପୁରକୁ ଚାଲିଗଲେ ।
ବଳରାମଙ୍କ ପ୍ରସ୍ଥାନ ପରେ ଶସ୍ତ୍ରହୀନ ଶ୍ରୀକୃଷ୍ଣ ଆତ୍ମାକୁ ଭୟକରି ବିପିନ ଭିତରେ ପଶିଲେ । ଅସହାୟ ଭାବରେ ବଣରେ ବୁଲିବୁଲି ଶେଷରେ ଶିଆଳି ଲତା ଦୋଳି ଉପରେ ନିଜ ଶରୀରକୁ ଶ୍ରୀକୃଷ୍ଣ ଲୋଟାଇ ଦେଲେ । ଆଖିରୁ ବୋହି ଯାଉଥାଏ ଅଶ୍ରୁଧାର । ନିଜର ପୂର୍ବ କଥାମାନ ସବୁ ମନରେ ବିଚାର କରୁଥାନ୍ତି । ପୃଥିବୀର ନିବାରଣ ପାଇଁ ସେ ବାରମ୍ବାର ଧରାପୃଷ୍ଠରେ ଜନ୍ମ ନେଇଛନ୍ତି । ମୀନ ଅବତାରରେ ଶଙ୍ଖାସୁରକୁ ମାରି ବେଦ ଉଦ୍ଧାର କରିଥିଲେ । କୁର୍ମ ଅବତାରେ ହିରଣାକ୍ଷ ଓ ନରସିଂହ ଅବତାରରେ ହିରଣ୍ୟକଶିପୁକୁ ବିନାଶ କରିଥିଲେ ।  ବାମନ ଅବତାରରେ ବଳୀକୁ ପାତାଳକୁ ଚାପିଲେ । ମାଳତୀ କନ୍ୟା ରୂପେ ବଇଲୋଚନ ରାକ୍ଷସକୁ ନିଧନ କଲେ । ପରଶୁରାମ ଅବତାରରେ ଏକୋଇଶବାର ନିଚ୍ଛତ୍ର  କଲେ ମହୀ । ଶ୍ରୀରାମ ଅବତାରରେ ରାବଣ ଓ କୁମ୍ଭକର୍ଣ୍ଣଙ୍କୁ ବିନାଶ କଲେ । କାହ୍ନା ଅବତାରରେ ଗୋପ ବାଳକ ଓ ଗୋପାଙ୍ଗନା ମାନଙ୍କ ମେଳରେ ବଢିଲି । ବତିଶି ସହସ୍ର ଏକଶତ ଅଷ୍ଟ ଉତ୍ତର ଯୁବତୀଙ୍କୁ ବିବାହ କରି ବହୁ କୁଟମ୍ବୀ ହୋଇ ସଂସାରରେ ମାୟାମୋହରେ ପଡିଗଲି । ଏବେ ବଂଶ ପରିଜନ ମାନଙ୍କୁ ମରାଇ ଏକାହୋଇ ବିପିନ ଭିତରେ ଶ୍ରୀକୃଷ୍ଣ ବିଶ୍ରାମ ନେଉଛନ୍ତି ବୋଲି ଭାବିଚାଲିଛନ୍ତି । ଭାବୁଛନ୍ତି ସେ ଏବେ ମରଣ ମନାସିଲେ ମଧ୍ୟ ମୃତୁ୍ୟ ଚିନ୍ତାରେ ସେ ରୋମାଞ୍ଚôତ ହୋଇପଡୁଛନ୍ତି ।
ଏବେ ଶ୍ରୀକୃଷ୍ଣ ଜାଣିଲେ ତାଙ୍କର ଶେଷ ସମୟ ଆସିଗଲା । ଅଷ୍ଟବକ୍ର ଋଷିଙ୍କ ଅଭିଶାପ ଏବେ ଫଳିବାକୁ ଯାଉଛି । ତାଙ୍କ କାଳନିଦ୍ରା ଘାରିଲା । ସେ ପାଦ ଉପରେ ପାଦ ଥୋଇ ଶିଳାଳି ଲତା ଦୋଳିରେ ଶୋଇପଡିଲେ । ଅଜର ନାମକ ଶବର ବଂଶଧର ଚାରା ଶବର ସେହି ବଣରେ ଶିକାର ନିମନ୍ତେ ବୁଲୁଥିଲା । ହାତରେ ଥିଲା ତାହାର ଢାମଣା କାଠର ଧନୁ । ସେଦିନ ଜାରା ଶବର କାଳନ୍ଦୀ ତୀର ଜଙ୍ଗଲରେ  ବୁଲି ବୁଲି କୌଣସି ଜୀବଜନ୍ତୁ ପାଇଲା ନାହିଁ । ଦେଖୁ ଦେଖୁ ଦିନ ଅବସାନ ହେବାକୁ ବସିଲାଣି । ଶବର ବୁଲିବୁଲି  କ୍ଲାନ୍ତ ଓ ତୀଷାର୍ତ୍ତ ହୋଇ ଶେଷରେ ଶିଆଳି ଲତା ଗହଳରେ ଶ୍ରୀକୃଷ୍ଣଙ୍କ ପାଦପଦ୍ମକୁ ଦେଖିଲା । ସେହି ପାଦ ତାହାକୁ ମୃଗକର୍ଣ୍ଣ ପରି ଦେଖାଗଲା । ମୃଗ ଭାବି ଗଛର ଉହାଡରେ ଗୋପ୍ୟ ଭାବରେ ଧନୁକୁ ଆକର୍ଣ୍ଣ ଟାଣି ନାରାଚ ଛାଡିଲା । ସେହି ନାରାଚ ଶ୍ରୀକୃଷ୍ଣଙ୍କ ବାମ ପାଦ ପଦ୍ମରେ ଫିଟୁଯିବାରୁ ପ୍ରଭୁଙ୍କ କାଳନିଦ୍ରା ଭାଙ୍ଗିଗଲା । କଷ୍ଟରେ ଶ୍ରୀକୃଷ୍ଣ ଚଉକତିକୁ ଚାହିଁ ଭାବିଲେ ମୋ ଭାଗ୍ୟରେ କ’ଣ ଏହା ଲେଖିଥିଲ ପ୍ରଭାପତି ?
ତୀର  ମାରିବା ପରେ ଜରା ଶବର ହାତରେ ଫାରସି ଧରି ଲତାଗହଳରେ ପ୍ରବେଶ କରି ହରିଣ ବଦଳରେ ଶ୍ରୀକୃଷ୍ଣଙ୍କୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇପଡିଲା । କାନ୍ଦି କାନ୍ଦି ଶବର ଶବରୁଣୀ ଶ୍ରୀକୃଷ୍ଣଙ୍କ ପାଦତଳେ ପଡିଗଲେ ଓ କହିଲେ- “ପ୍ରଭୁ ମୁଁ କେତେବଡ ଦ୍ରୋହ କଲି ? ମୁଁ ମୂଢ, ନରାଧମ, ହୀନଜନ ପୁଣି ନିଶାଚର । ତୋ ପରି ପ୍ରଭୁଙ୍କୁ ସେବା ଭକ୍ତି କରିବା ପରିବର୍ତ୍ତେ ତୋର ଅଙ୍ଗକୁ ଶରାଘାତ କଲି । ଯେଉଁ ନାମକୁ ବ୍ରହ୍ମା ଇନ୍ଦ୍ର ଜପ କରନ୍ତି, ତାଙ୍କୁ ମୂଢପଣରେ ଆଘାତ କଲି । ପ୍ରଭୁ ମୁଁ ସିନା ମୂର୍ଖ ଆପଣତ ଭୂତଭବିଷ୍ୟ ଜ୍ଞାତା । ଅପଣ କ’ଣ ଜାଣିପାରିଲେ ନାହିଁ ? ଯାହାହେଉ “ମୁଁ ଏବେ ଶରକାଢି ମହୋଷଧି ଲଗାଇ ଦେବି । ଆପଣ ସୁସ୍ଥ ହୋଇଯିବେ ।”
ଶ୍ରୀକୃଷ୍ଣ କହିଲେ- “ଜାରା ତୁମେ ଶର କାଢିଦେଲେ ମୋର ପ୍ରାଣ ସାଙ୍ଗେ ସାଙ୍ଗେ ଛାଡିଯିବ ।”
ଏକଥା ଶୁଣି ଜାରା କାନ୍ଦି କାନ୍ଦି ଭୂମିରେ ଲୋଟିଗଲା । ନିଉଛାଳି ହୋଇ କହିଲା- “ ପ୍ରଭୁ ଯେଉଁ ପଦ୍ମପାଦ ତଳେ ଦେବତାମାନେ ମଥା ନତ କରିଥାନ୍ତି, ଯେଉଁ ପଦ୍ମପାଦ ମେରୁଗିରିକୁ ଗୋପ୍ୟ କରିଥିଲା, ସେହି ପଦ୍ମପାଦର ଉଦକ ଟିକିଏ ମୋ ମଥାରେ ପଡିପାରିଲାନାହିଁ । ସେହି ପଦ୍ମପାଦରୁ ଆଜି ରକ୍ତ ଝରିପଡୁଛି । ଏହି ଦୁଷ୍କୃତ ସବୁ ମୋ ମଥାରେ ପଡୁ । ଚାହୁଁ ଚାହୁଁ ଶ୍ରୀକୃଷ୍ଣଙ୍କ ଚନ୍ଦ୍ରଚକୋର ମୁଖଟି କଳା ପଡିଆସିଲା । ଏହାଦେଖି ଜାରା ମୁଣ୍ଡରେ ହାତ ତାଡି କହୁଥାଏ- “ମୋର ଆତ୍ମା କାହିଁକି ପୋଡି ଯାଉନାହିଁ । ନିର୍ଲଜ ଆତ୍ମା କ’ଣ ପାଇଁ ମୋ ଶରୀରରେ ରହିଛି ?”
ଏହି ସମୟରେ ଶବରୁଣୀକୁ ଶ୍ରୀକୃଷ୍ଣ କହିଲେ- “ମୋ ମୁହଁରେ ଟିକେ ପାଣି ଛିଞ୍ଚ ।” ସାଙ୍ଗେ ସାଙ୍ଗେ ଶବରୁଣୀ ଗୋବିନ୍ଦଙ୍କ ମୁହଁରେ ପାଣି ଛିଞ୍ଚô ମୟୂର ପୁଚ୍ଛରେ ବିଞ୍ଚôବାକୁ ଲାଗିଲେ । ଫଳରେ ପ୍ରଭୁଟିକେ ସାଷ୍ଟମ ହୋଇ ପଚାରିଲେ- “ ଜାରା ଏହି ଚିଆର (ଶରଫଳା) ତୁ କେଉଁଠୁ ପାଇଲୁ ? କାରଣ ଦେବତା, ଅସୁର କି ଗନ୍ଧର୍ବମାନଙ୍କ ବାଣରେ ମୋର ବଧ ସମ୍ଭବ ନୁହେଁ ।” ଜାରା ଶବର ହାତଯୋଡି କହିଲା- “ମୋର ମିତ୍ର ହେଉଛି ଜଣେ କୈବର୍ତ୍ତ । ଥରେ ସେ ଗୋଟିଏ ମାଛ ତାର ସ୍ତ୍ରୀ ହାତରେ ମୋ ଘରକୁ ପଠାଇଥିଲା । ସେ ମାଛକୁ ମୋ ସ୍ତ୍ରୀ କାଟିବାରୁ ତା’ ପେଟରୁ ଗୋଟିଏ ଦିବ୍ୟ ଲୁହା ଖଣ୍ଡ ପାଇଲା । ସେହି ଲୁହାଖଣ୍ଡକୁ ନେଇ ମୁଁ କମାର ଶାଳରେ ଯାଇ ନାରାଚଟିଏ ଗଢାଇଲି । ମୁଁ କେବେହେଲେ ସେହି ନାରାଚକୁ ବିନ୍ଧିନଥିଲି । ଆଜି ବୁଲିବୁଲି ବଡ କ୍ଲାନ୍ତ ହୋଇପଡିଥିଲି । ସବୁ ମୃଗ ଜୀବମାନେ ପଳାଇଯାଉଥିଲେ । ଲତା ଗହଳରେ ଆପଣଙ୍କ ପଦ୍ମପାଦକୁ ମୃଗକର୍ଣ୍ଣ ଭାବି ଏହି ଦିବ୍ୟ ନାରାଚକୁ ବିନ୍ଧି ଦେଲି । ହେ, ମଧୁସୂଦନ ! ମୁଁ ବଡ ଦ୍ରୋହ କରିପକାଇଲି ।” ଶବର କଥା ଶୁଣି ଶ୍ରୀକୃଷ୍ଣ ଯେଉଁ ଲୁହା କପୋଡାକୁ ଘୋରିବାକୁ ସେ ଭୀମଙ୍କୁ ଦେଇଥିଲେ , ସେହ କପୋଡାର ଅଂଶ ହେଉଛି ଏହି ନାରାଚ । ଅଷ୍ଟବକ୍ର ଋଷିଙ୍କ ଅଭିଶାପ ଫଳରେ ସେହି ନାରାଚ ଆଜି ତାଙ୍କର ପାଦରେ ଲାଗିଛି । ଜାରାକୁ ଡାକି ଗୋବିନ୍ଦ କହିଲେ- “ଜାରା, ତୁ ଗୋଟିଏ କାମ କର । ଶିଘ୍ର ଇନ୍ଦ୍ରପ୍ରଶସ୍ତ ଯାଇ ମୋର ଏପରି ଅବସ୍ଥା କଥା ପାଣ୍ଡବମାନଙ୍କୁ କହିବୁ । ଯୁଧିଷ୍ଠିରଙ୍କୁ କହି ମଧ୍ୟମ ପାଣ୍ଡବ ଅର୍ଜୁନଙ୍କୁ ସାଙ୍ଗରେ ଆଣି ମୋ ନିକଟକୁ ଆସିବୁ । ମନେ ରଖ, ଆସିବା ସମୟରେ ଦ୍ୱାରକା ବାଟଦେଇ ଯେପରି ନଆସ ।”
ଜାରା ଶବର ଶ୍ରୀକୃଷ୍ରଙ୍କ ବାର୍ତ୍ତାନେଇ ଇନ୍ଦ୍ରପ୍ରଶସ୍ତ ବାରିଲେ । ସ୍ତ୍ରୀ ଜରତାଙ୍କୁ ଶ୍ରୀକୃଷ୍ଣଙ୍କ ନିକଟରେ ଜଗି ରହିବା ପାଇଁ ନିଦେ୍ର୍ଦଶ ଦେଇ କହିଲେ କ୍ଷତରେ ଯେପରି ମାଛି ନ ବସନ୍ତି । ପ୍ରଭୁଙ୍କ ପାଖରେ ବସି ବିଞ୍ଚୁଥାଅ । ପୁଣି ଶବରୁଣୀ ହାତରେ ଧନୁଶର ଦେଇ କହିଲା- “ଏହାକୁ ପାଖରେ ରଖିଲେ ବ୍ୟାଘ୍ର କି ଭାଲୁ କେହି ପାଖକୁ ଆସିବେ ନାହିଁ ।” ପନôୀ ଜରତାଙ୍କୁ ଗୋବିନ୍ଦଙ୍କ ନିକଟରେ ରଖାଇ ଜାରା ଶୀଘ୍ର ଶୀଘ୍ର ଇନ୍ଦ୍ରପ୍ରଶସ୍ତ ଅଭିମୁଖେ ଯାତ୍ରାକଲା ।