ଆଖୁଚାଷ ନେଇ ଜିଲ୍ଲାସ୍ତରୀୟ କର୍ମଶାଳା

 ଆସିକା: ଆସିକାର ସମବାୟ ଭିତ୍ତିକ ଚିନି କାରଖାନା ପାଇଁ ପ୍ରତିବର୍ଷ ଆବଶ୍ୟକ ମୁତାବକ ଆଖୁ ମିଳୁନଥିବାରୁ ଶିଳ୍ପ କର୍ତ୍ତୃପକ୍ଷଙ୍କୁ ଘାରିଛି ଚିନ୍ତା । ଆଖୁ ଚାଷ ବୃଦ୍ଧି ଓ ଚାଷ କମିବା ନେଇ ଜିଲାସ୍ତରୀୟ କାର୍ମଶାଳା ଅନୁଷ୍ଠିତ ହୋଇଛି ।  ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଏବଂ ଆସିକା ସମବାୟ ଚିନିଶିଳ୍ପ ଦ୍ୱାରା ଆୟୋଜିତ ଏକ ଜିଲ୍ଲାସ୍ତରୀୟ ଷ୍ଟେକ୍ ହୋଲ୍ଡରମାନଙ୍କ ସକାଶେ ଆଖୁଚାଷର ଉନ୍ନତି ପାଇଁ ଏକ କର୍ମଶାଳା ଚିନିଶିଳ୍ପ କୃଷକ ଭବନ ଠାରେ ଅନୁଷ୍ଠିତ ହୋଇଛି । ଏହି କର୍ମଶାଳାରେ ଚିନିଶିଳ୍ପର ପରିଚାଳନା ପରିଷଦର ସଭାପତି ରବୀନ୍ଦ୍ର ପଣ୍ଡା, ପରିଚାଳନା ନିଦେ୍ର୍ଦଶକ ସୁଶାନ୍ତ କୁମାର ପଣ୍ଡା,  ପରିଚାଳନା ପରିଷଦର କମିଟି ସଭ୍ୟ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବିନାରାୟଣ ପଣ୍ଡା, ବନ ବିଭାଗର ଆସିକା ରେଞ୍ଜର ପ୍ରମୋଦ ପଣ୍ଡା, ଜଳସେଚନ ବିଭାଗ, ଉଠା ଜଳସେଚନ ବିଭାଗ, ବୀମା କମ୍ପାନୀ ଅଧିକାରୀ, ଜିଲ୍ଲା ବ୍ୟାଙ୍କ ଅଧିକାରୀ, ସମବାୟ ବିଭାଗ ଭଳି ଚାଷ ସମ୍ୱନ୍ଧୀୟ ସମସ୍ତ ବିଭାଗର ଅଧିକାରୀ ଏବଂ ଚାଷୀଙ୍କୁ ନେଇ କର୍ମଶାଳାର ହୋଇଥିଲା । ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବୈଜ୍ଞାନିକ ମାନଙ୍କୁ ଆଖୁଚାଷର ପ୍ରସାର ତଥା ଉନ୍ନତମାନର ଆଖୁ ଉତ୍ପାଦନରେ କିପରି ଚାଷୀମାନଙ୍କୁ ସହାୟତା ମିଳିପାରିବ ସେ ସମ୍ପର୍କରେ ନିଜ ନିଜର ତଥ୍ୟ ପ୍ରଦାନ କରିଥିଲେ । ଏହି ଆଲୋଚନାରେ ଭାଗନେଇ ନୟାଗଡ ଆଖୁ ଗବେଷଣା କେନ୍ଦ୍ରର ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ, ନାବାର୍ଡର ଜିଲ୍ଲା ଉନ୍ନୟନ ପରିଚାଳକ, ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପରିଚାଳକ, ଉଠା ଜଳସେଚନ ବିଭାଗ ଅଧ୍ୟକ୍ଷଣ ଯନ୍ତ୍ରୀ, କୃଷି ଶିଳ୍ପ ନିଗମ ଜିଲ୍ଲା ପରିଚାଳକ, ଆସିକା ସମବାୟ ବ୍ୟାଙ୍କ୍ ମୁଖ୍ୟ ନିର୍ବାହୀ ଅଧିକାରୀ, ବିଭିନ୍ନ ବ୍ଲକ୍ ଓ କୃଷି ଜିଲ୍ଲା ଅଧିକାରୀ, ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାର ଗଞ୍ଜାମ ଜିଲ୍ଲା ରିଲାଇନ୍ସ ସାଧାରଣ ବୀମା ଅଧିକାରୀ ମାନେ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ  ।ଏହି ଆଲୋଚନାରେ ଅଗ୍ରଣୀ ଆଖୁଚାଷୀ ଯଥା-ଜଳନ୍ଦର ଦେଳାଇ, କୃଷ୍ଣଚନ୍ଦ୍ର କର, ରମାକାନ୍ତ ମହାନ୍ତି,କିଶୋର ଚନ୍ଦ୍ର ମେହେଣ୍ଡା ଓ ଅନ୍ୟାନ୍ୟ ଚାଷୀମାନେ ବିଭିନ୍ନ ପ୍ରଶ୍ନ ମାଧ୍ୟମରେ ସେମାନଙ୍କର ସମସ୍ୟାର ସମାଧାନ ଚିନିଶିଳ୍ପର ସଭାପତି ଓ ପରିଚାଳନା ନିଦେ୍ର୍ଦଶକ ମହୋଦୟ କର୍ମଶାଳାର ଆବଶ୍ୟକତା ଓ ପାଇଥିଲେ  । ଚାଷୀମାନଙ୍କ ଉନ୍ନତି ସମ୍ପର୍କରେ ବିଭିନ୍ନ ଯୋଜନା ଉପରେ ମତବ୍ୟକ୍ତ କରିଥିଲେ ଏବଂ ଯେଉଁଭଳି ଭାବେ ଅଧୂକରୁ ଅଧିକ ଆଖୁଚାଷ ଚାଷୀମାନେ କରିବେ ସେଥି ସକାଶେ ନିବେଦନ କରିଥିଲେ । ପରିଶେଷରେ ଚିନିଶିଳ୍ପ ପରିଚାଳନା ପରିଷଦର ନିଦେ୍ର୍ଦଶକ ପୂର୍ଣଚନ୍ଦ୍ର ବରାଡ଼ ମହୋଦୟ ଧନ୍ୟବାଦ ଅର୍ପଣ କରିଥିଲେ ।