ବିଲରୁ ମିଳିଲା ଦନ୍ତା ହାତୀର ମୃତଦେହ :  ଦାନ୍ତ ପାଇଁ ହତ୍ୟା କରାଯାଇଥିବା ସନ୍ଦେହ

ବିଲରୁ ମିଳିଲା ଦନ୍ତା ହାତୀର ମୃତଦେହ :  ଦାନ୍ତ ପାଇଁ ହତ୍ୟା କରାଯାଇଥିବା ସନ୍ଦେହ

ବାଲେଶ୍ୱର : ନୀଳଗିରି କୁଲଡ଼ିହା ଅଭୟାରଣ୍ୟରେ ଗତ କିଛି ବର୍ଷ ହେବ କୁଲଡ଼ିହା ଅଭୟାରଣ୍ୟରେ ହାତୀ ମୃତ୍ୟୁ ହେଉଥିବା ବେଳେ ପୁଣି କିଛି ମାସର ବ୍ୟବଧାନ ପରେ ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ହାତୀର ବୟସ ୨୦ ରୁ ୩୦ ବର୍ଷ ହେବ ବୋଲି ବନ ବିଭାଗ ଅନୁମାନ କରୁଥିବା ବେଳେ ହାତୀ ମୃତ୍ୟୁର କାରଣ ଜଣାପଡ଼ି ନାହିଁ ଓ ସୁଚନା କୁଲଡ଼ିହା ଅଭୟାରଣ୍ୟର ପାଦଦେଶ ତେଣ୍ଡା ଫରେଷ୍ଟ ବିଟ୍‌ ଅଧୀନ ଗରଡି ପଞ୍ଚାୟତ ଆମ୍ବଝର ନିକଟସ୍ଥ ଏକ ବିଲ କିଆରିରେ ଦନ୍ତାଟି ମରି ପଡିଥିବା ବନ କର୍ମଚାରୀ ମାନେ ଦେଖିବାକୁ ପାଇଥିଲେ ।

ଗତ ଶୁକ୍ରବାର ରାତିରେ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରୁଥିବା ବେଳେ ଶନିବାର ପୂର୍ବାହ୍ନରେ ବନ ବିଭାଗ ଖବରପାଇ ବାଲେଶ୍ୱର ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଏସିଏଫ୍‌ ତଟନି ସେଠି, କୁଲଡିହା ରେଞ୍ଜର ସୁବ୍ରତ୍‌ କୁମାର ବେହେରା, ଫରେଷ୍ଟର ହୃଷିକେଶ ପ୍ରଧାନ, ପ୍ରାଣୀ ଚିକିତ୍ସକ ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତ୍ୟୁର ପ୍ରାଥମିକ ତଦନ୍ତ କରିବା ପରେ ପ୍ରାଣୀ ଚିକିତ୍ସକଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ କରାଇଥିଲେ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବାଲେଶ୍ୱର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ତେବେ କିଭଳି ହେଲା ଦନ୍ତା ହାତୀର ମୃତ୍ୟୁ ? ସ୍ୱାଭାବିକ, ନା ଦାନ୍ତ ତସ୍ମରୀ ପାଇଁ ଗୁଳି କରି ହତ୍ୟା କରାଯାଇଛି ? ନା ବିଦ୍ୟୁତ୍‌ ସଂସ୍ପର୍ଷରେ ଆସିଛି ଏସବୁକୁ ନେଇ ବନବିଭାଗ ତଦନ୍ତ ଆରମ୍ଭ କରିଛି ।