ଟିପିଏନଓଡିଏଲ ପକ୍ଷରୁ ଅଟିଜିମ୍ ସଚେତନତା : ‘ତନଭି ଦି ଗ୍ରେଟ୍' ଚଳଚ୍ଚିତ୍ରର ସ୍ୱତନ୍ତ୍ର ପ୍ରଦର୍ଶନୀ
ବାଲେଶ୍ୱର, ୨୯ା୯ : ଟିପିଏନଓଡିଏଲ ପକ୍ଷରୁ ବାଲେଶ୍ୱରର ଏକ ସିନେମା ହଲରେ ‘ତନଭି ଦି ଗ୍ରେଟ୍’ ଚଳଚ୍ଚିତ୍ରର ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ସ୍ନାୟୁ ବିବିଧତା ତଥା ଅଟିଜିମ୍ ଦ୍ୱାରା ପ୍ରଭାବିତ ବ୍ୟକ୍ତିବିଶେଷଙ୍କ ସପକ୍ଷରେ ସମାଜରେ ଗ୍ରହଣୀୟତା ସୃଷ୍ଟି କରିବା ଉଦ୍ଦେଶ୍ୟରେ କମ୍ପାନୀ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । କାର୍ଯ୍ୟକ୍ରମରେ ସ୍ନାୟୁବିବିଧ ତଥା ଅଟିଜିମ୍ ଶିଶୁ, ସେମାନଙ୍କ ଯତ୍ନ ନେଉଥିବା ବ୍ୟକ୍ତି ବିଶେଷ, ଶିକ୍ଷାବିତ୍, ବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ ଏନଜିଓ, ସରକାରୀ କର୍ମଚାରୀ ଓ ଅଞ୍ଚଳର ବୁଦ୍ଧିଜୀବୀ ସାମିଲ ହୋଇଥିଲେ । ୨୫୦ରୁ ଅଧିକ ଦର୍ଶକ ଏହି ଚଳଚ୍ଚିତ୍ରକୁ ଦେଖିଥିବା ବେଳେ ଟିପିଏନଓଡିଏଲର ଏଭଳି ଉଦ୍ୟମକୁ ପ୍ରଶଂସା କରିଥିଲେ । କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗଜାନନ କାଲେ ସମସ୍ତ ବରିଷ୍ଠ ଅଧିକାରୀ, ସରକାରୀ ଅଧିକାରୀ ଓ ଅନ୍ୟ ବ୍ୟକ୍ତିବିଶେଷ କାର୍ଯ୍ୟକ୍ରମରେ ସାମିଲ ଥିଲେ । ଅନୁପମ ଖେର ପ୍ରଡକ୍ସନ୍ ଦ୍ୱାରା ନିର୍ଦ୍ଦେଶିତ ଓ ଏନଏଫଡିସିର ମିଳିତ ଉଦ୍ୟମରେ ଏହି ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି । ଚଳଚ୍ଚିତ୍ରର କାହାଣୀରେ ଜଣେ ଅଟିଷ୍ଟିକ୍ ଯୁବତୀ ଭାରତୀୟ ସେନାରେ ଯୋଗଦେବାକୁ ସ୍ୱପ୍ନ ଦେଖୁଛନ୍ତି । ଯୁବତୀଙ୍କ ସଂଘର୍ଷ ଓ ତାଙ୍କ ଶକ୍ତି-ସାମର୍ଥ୍ୟକୁ ଚଳଚ୍ଚିତ୍ରରେ ଚମକ୍ରାର ଢଙ୍ଗରେ ପ୍ରଦର୍ଶିତ କରାଯାଇଛି । ସ୍ୱତନ୍ତ୍ର ପ୍ରଦର୍ଶନୀ ଟାଟା ପାୱାରର ଫ୍ଲାଗସିପ୍ ପ୍ରୋଗ୍ରାମ "ପେ ଅଟେନ୍ସନ୍'ର ଏକ ଅଂଶ । ଟିପିଏନଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କାଲେ କହିଥିଲେ ଯେ ଭିନ୍ନକ୍ଷମ କେବେ ଅକ୍ଷମ ନୁହଁନ୍ତି ଓ ଏହି ପ୍ରକ୍ରିୟାକୁ ସମାଜରେ ସଶକ୍ତିକରଣ ବୋଲି ବୁଝିବା ଦରକାର । ପ୍ରତ୍ୟେକ ବ୍ୟକ୍ତିର ଦକ୍ଷତା ସ୍ୱତନ୍ତ୍ର, ଯାହା ସମାଜକୁ ସର୍ବଦା ପ୍ରେରଣା ଯୋଗାଇବାକୁ ସକ୍ଷମ “ତନଭି ଦି ଗ୍ରେଟ୍ ଭଳି ସିନେମା ଆମକୁ କରୁଣା ଓ ଦାୟିତ୍ୱର ବାର୍ତ୍ତା ବିସ୍ତାର କରିବାରେ ସାହାଯ୍ୟ କରେ । ଟିପିଏନଓଡିଏଲ୍ ଏଭଳି ଏକ ସଂପ୍ରଦାୟ ଗଠନ କରିବାକୁ ପ୍ରତିଶ୍ରୁତିବଦ୍ଧ ଯେଉଁଠାରେ ବିବିଧତାକୁ ପାଳନ କରିବା ଆମର ପ୍ରମୁଖ ସାମାଜିକ ଦାୟିତ୍ୱ ହେବ ।" ଟିପିଏନଓଡିଏଲ୍ ବିଦ୍ୟୁତ ବିତରଣ ଦାୟିତ୍ୱରୁ ଆଗକୁ ବଢ଼ି ସାମାଜିକ ଅନ୍ତର୍ଭୁକ୍ତୀକରଣ ସମେତ ଏକ ସହାନୁଭୂତିଶୀଳ ସଂପ୍ରଦାୟ ଗଠନ ଉପରେ ଧ୍ୟାନ ଦେଉଛି । ଯେଉଁମାନେ ଭିନ୍ନ, ସେମାନେ ଆମଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି । ଏହି ବାର୍ତ୍ତାର ପ୍ରଚାର କରି ସମାଜର ବିବିଧତା ଓ ସ୍ୱତନ୍ତ୍ରତାକୁ ପାଳନ କରିବା ଉପରେ ଟିପିଏନଓଡିଏଲ ଗୁରୁତ୍ୱ ଦେଉଛି ବୋଲି ସେ ଦର୍ଶାଇଥିଲେ ।