ବାଲେଶ୍ଵରରେ କର୍ଫ୍ୟୁ ଖବର ମିଛ : ସ୍ପଷ୍ଟ କଲେ ଏସ୍‌ପି

ବାଲେଶ୍ଵରରେ କର୍ଫ୍ୟୁ ଖବର ମିଛ :  ସ୍ପଷ୍ଟ କଲେ ଏସ୍‌ପି

ବାଲେଶ୍ୱର : ବାଲେଶ୍ଵରରେ କର୍ଫ୍ୟୁ ଖବର ମିଛ। ଏନେଇ ସୂଚନା ଦେଇଛନ୍ତି ବାଲେଶ୍ଵର ଏସ୍‌ପି। ଏକ୍ସ ଜରିଆରେ ସୂଚନା ଦେଇଛନ୍ତି । କିଛି ଗଣମାଧ୍ୟମରେ କର୍ଫ୍ୟୁ ଖବର ପ୍ରସାରିତ ହୋଇଛି। କର୍ଫ୍ୟୁ ନୁହେଁ କେବଳ ରାତିରେ ଦୋକାନ ବନ୍ଦ ରଖିବାକୁ ନିର୍ଦେଶ ରହିଛି । ବାଲେଶ୍ବରରେ ରାତି ୧୦ଟାରୁ ସମସ୍ତ ଦୋକାନ ବଜାର ବନ୍ଦ ପାଇଁ ପ୍ରଶାସନ କଟକଣା କରିଛି । ଜିଲାପାଳଙ୍କ ନିର୍ଦେଶରେ ଏହା ଘୋଷଣା ହୋଇଥିବା ବେଳେ ଏହାକୁ ନେଇ ଆତଙ୍କିତ ନ ହେବାକୁ ସେ ସହରବାସୀଙ୍କୁ ନିବେଦନ କରିଛନ୍ତି । ଆସନ୍ତା ୨୧ ତାରିଖ ଯାଏ ଏହି ରାତ୍ରିକାଳୀନ କଟକଣା ରହିବ।