ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ? ଅଣସେବାୟତ ବେସରେ ଶ୍ରଦ୍ଧାଳୁ
ପୁରୀ : ପୁଣି ଶ୍ରୀମନ୍ଦିର ଭିତରେ ଅଣ ସେବାୟତ । ଆଜି ଜଣେ ଶ୍ରଦ୍ଧାଳୁ ସେବକ ବେଶରେ ଗୋପାଳବଲ୍ଳଭ ନୀତି ପରେ ଗର୍ଭଗୃହ ଭିତରେ ପ୍ରବେଶ କରିଥିଲେ । ଗର୍ଭଗୃହକୁ ସ୍ପର୍ଶ କରିବା ସହ ରତ୍ନ ସିଂହାସନକୁ ସ୍ପର୍ଶ କରିଥିଲେ । ସମ୍ପୃକ୍ତ ଶ୍ରଦ୍ଧାଳୁକୁ ଶ୍ରୀମନ୍ଦିର ଗାରଦରେ ଅଟକ ରଖି ପଚରା ଉଚରା ଜାରି ରହିଛି । ଅଟକ ଅଣ ସେବାୟତ ଜଣକ ଯାଜପୁରର ଶଙ୍କର ମିଶ୍ର ବୋଲି ଜଣାପଡିଛି।
ସେହିପରି ପୂର୍ବରୁ ଶ୍ରୀମନ୍ଦିର ଭିତରେ ହିଡେନ କ୍ୟାମେରା ଯୁକ୍ତ ଚଷମା ଜବତ କରାଯାଇଥିଲା । କିନ୍ତୁ କଡାକଡି ଆଇନ ନଥିବାରୁ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହୋଇପାରିନାହିଁ । ଅଜି ପୁଣି ଦେଖିବାକୁ ମିଳିଛି ସେଭଳି ଆଉ ଏକ ଘଟଣା । ଅଜି ଜଣେ ଶ୍ରଦ୍ଧାଳୁ ଚଷମା ଯୁକ୍ତ ହିଡେନ୍ କ୍ୟାମେରା ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ସମ୍ପୃକ୍ତ ଶ୍ରଦ୍ଧାଳୁକୁ ଜଗମୋହନ ପାଖରେ ଧରିଥିଲା ଜେଟିପି । ଶ୍ରଦ୍ଧାଳୁ ଜଣଙ୍କ ଅହମ୍ମଦାବାଦର ଭରତ ପାଣ୍ଡିଆ । ତାଙ୍କୁ ସିଂହଦ୍ୱାର ଥାନାରେ ଅଟକରଖି ପଚରା ଉଚରା କରୁଛି ପୁଲିସ ।