ରଥଯାତ୍ରାରେ ଦଳାଚକଟା ଘଟଣା : ୭ ପୋଲିସ ଅଧିକାରୀ ଦାୟୀ
ପୁରୀ : ପୁରୀ ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିରରେ ହୋଇଥିବା ଦଳାଚକଟା ଘଟଣାକୁ ନେଇ ଆସିଲା ତଦନ୍ତ ରିପୋର୍ଟ । ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କମଶନର ସୁପାରିସ କରିଛନ୍ତି । ୭ ପୋଲିସ ଅଧିକାରୀଙ୍କ କାର୍ଯ୍ୟରେ ଅବହେଳା ପାଇଁ ଏଭଳି ଘଟିଛି ବୋଲି ରିପୋର୍ଟରେ ଉଲ୍ଲେଖ ହୋଇଛି ।
ସୂଚନା ମୁତାବକ, ୨୯ ଜୁନ ୨୦୨୫ରେ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟା ହୋଇଥିଲା । ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲା । ଏହି ଘଟଣାକୁ ନେଇ ରାଜ୍ୟ ସରକାର ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ । ତଦନ୍ତ ରିପୋର୍ଟ ଆଧାରରେ ୭ ଜଣ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିସ୍ କରାଯାଇଛି । ଏହି ଅଧିକାରୀମାନେ ହେଲେ କମାଣ୍ଡାଣ୍ଟ ଅଜୟ କୁମାର ପାଢୀ, ଡିସିପି ବିଷ୍ଣୁପ୍ରସାଦ ପତିଳ, କମାଣ୍ଡାଣ୍ଟ ତାପସ ଦାସ, କେକେ ନାୟକ, ଡିଏସପି ପ୍ରଶାନ୍ତ ସାହୁ, ସୁଶାନ୍ତ ସାହୁ, କମାଣ୍ଡାଣ୍ଟ ଶାରଦା ଦାଶ । ଗୃହ ବିଭାଗର ଅତିରିକ୍ତ ସଚିବ ଡିଜି ଓ ଆଇଜି ପୁଲିସକୁ ଏନେଇ ଚିଠି ଲେଖିଛନ୍ତି ।