୨୦ ତାରିଖରୁ ଆରମ୍ଭ ହେବ ଖରିଫ ଧାନ କିଣା

୨୦ ତାରିଖରୁ ଆରମ୍ଭ ହେବ ଖରିଫ ଧାନ କିଣା

ଭୁବନେଶ୍ୱର : ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ଖରିଫ ଧାନ କିଣା । ବରଗଡ ଜିଲ୍ଲାରୁ ଆରମ୍ଭ ହେବ ଏହି ଧାନ କିଣା  । ଧାନ ସଂରକ୍ଷଣ ପାଇଁ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି । ଦୁଇ ବର୍ଷ ମଧ୍ୟରେ ୧୦୦ ଟି ମଡେଲ ମଣ୍ଡି ପାଇଁ ହୋଇଛି ନିଷ୍ପତ୍ତି ।ପ୍ରଥମ ପର୍ଯାୟରେ ୩୮ଟି ମଡେଲ ମଣ୍ଡି ସ୍ଥାପନ ପାଇଁ ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହୋଇଛି । ରାଜ୍ୟର ୮୦ ସମବାୟ ସମିତିରେ ପ୍ରତିଷ୍ଠା ହେବ ଗୋଦାମ ଗୃହ ଯାହାର କ୍ଷମତା ୨୦୦ମେଟ୍ରିକ ଟନ୍‌ ହେବ । ଗୋଦାମ ଗୃହ ନିମାର୍ଣ ପାଇଁ ୨୦ କୋଟିର ବ୍ୟୟ ବରାଦ । ୯୩୭ଟି ସମବାୟ ସମିତି, RMC ରେ ୫୧୬ କୋଟି ଟଙ୍କା ବ୍ୟୟରେ ଭିତ୍ତି ଭୂମି ବିକାଶ ପାଇଁ କାର୍ଯ୍ୟ ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦିପ ବଳବନ୍ତରାୟ