ଆଜି କଟକ ଐତିହାସିକ ବାଲିଯାତ୍ରାର ଶେଷ ସନ୍ଧ୍ୟା
କଟକ : ଆଜି କଟକ ଐତିହାସିକ ବାଲିଯାତ୍ରାର ଶେଷ ସନ୍ଧ୍ୟା । ଶେଷ ସନ୍ଧ୍ୟାରେ ସାଂସ୍କୃତିକ କାର୍ୟ୍ୟକ୍ରମରେ ସାମିଲ ହେବେ ବଲିଉଡ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ । ଏଥିପାଇଁ ଓଡିଶାରେ ପହଞ୍ଚି ସାରିଛନ୍ତି ଶ୍ରେୟା । ଭୁବନେଶ୍ୱରରେ ପହଞ୍ଚିବା ପରେ ସେ କଟକ ଗସ୍ତ କରିଛନ୍ତି । ଭୁବେନଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଛି । ଏହା ପୂର୍ବରୁ ଐତିହାସିକ କଟକ ବାଲିଯାତ୍ରାରେ ଯୋଗ ଦେବାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଶ୍ରେୟା ଘୋଷାଲ ।
ଅନ୍ୟପଟେ ଆଜି ରାତିରେ ବୟସ୍କ ବ୍ୟକ୍ତି ଓ ଛୋଟ ପିଲାଙ୍କୁ ଧରି ବାଲିଯାତ୍ରା ନଆସିବା ପାଇଁ ଅନୁରୋଧ କରିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧ । ଶେଷ ରାତିରେ ବଲିଉଡ ସୁପରଷ୍ଟାର ଗାୟିକା ଶ୍ରୀୟା ଘୋଷାଲ ଆସୁଥିବାରୁ ଲୋକଙ୍କ ଭିଡ଼ ଜମିବାର ସମ୍ଭାବନା ରହିଛି । ଏପିରିକି ରବିବାର ଭଳି ପ୍ରବଳ ଭିଡ଼ ହେବାର ମଧ୍ୟ ଆଶଙ୍କା ରହିଛି । ସେଥିପାଇଁ ପୁରା ବାଲିଯାତ୍ରା ପଡ଼ିଆରେ ଏଲଇଡି ସ୍କ୍ରିନର ବ୍ୟବସ୍ଥା କରାଯାଇଛି । ଛିଡ଼ା ହୋଇ ଦେଖିବାକୁ ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । ତେଣୁ ଭିଡ଼ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ବୟସ୍କ ବ୍ୟକ୍ତି ଓ ଛୋଟ ପିଲାଙ୍କୁ ବାଲିଯାତ୍ରା ପଡ଼ିଆ ନଆସିବା ପାଇଁ ଅନୁରୋଧ କରିଛନ୍ତି କଟକ ଜିଲ୍ଲାପାଳ ।