ଦୁର୍ନୀତି ନିବାରଣ ସପ୍ତାହରେ ଶପଥପାଠ

ଦୁର୍ନୀତି ନିବାରଣ ସପ୍ତାହରେ ଶପଥପାଠ

ଭଦ୍ରକ : ଜିଲ୍ଲା ସଦଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଶପଥ ପାଠ କରାଯାଇଛି । ଏଥିରେ ଜିଲ୍ଲା କାର୍ଯାଳୟର ଅଧିକାରୀ ତଥା କର୍ମଚାରୀ ମାନେ ଉପସ୍ତିତ ରହି ଦୁର୍ନୀତି ନିବାରଣ ଆମ ସାମୂହିକ ଦାୟିତ୍ୱ ଏବଂ ଦେଶର ଆର୍ଥିକ, ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ ସବୁଠୁ ବଡ ପ୍ରତିବନ୍ଧକ ବୋଲି ଶପଥ ନେଇଥିଲେ । ସେଇପରି ଜିଲ୍ଲାର ସମସ୍ତ କାର୍ଯାଳୟରେ ଶପଥ ପାଠ ନିଆ ଯାଇଥିଲା । ଜିଲ୍ଲାପାଳ ଦିଲୀପ ରାଉତରାଏ ଓ ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ ବାସୁଦେବପୁର ପୌରପାଳିକାର ସଭାଗୃହରେ ମିଳିତ ଜନଶୁଣାଣି ଶିବିରରେ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଶପଥ ପାଠ କରାଇଥିଲେ । ଏଥିରେ ଜିଲ୍ଲାପାଳ ଦୁର୍ନୀତିର ମୂଳୋତ୍ପାଟନ ନିମନ୍ତେ ପ୍ରତ୍ୟେକ ନାଗରିକ ସବୁ ସମୟରେ ସତର୍କତା ସହିତ ସର୍ବାଧିକ ସାଧୁତା ଓ ସତ୍ୟନିଷ୍ଟାରେ ପ୍ରତିବଦ୍ଦ  ରହି ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମକୁ ସମର୍ଥନ କରିବା ଉଚିତ ବୋଲି ସମସ୍ତଙ୍କୁ ଉପଦେଶ ଦେଇଥିଲେ ।