ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

 ମାଲକାନଗିରି  : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସିମିଳିବାଞ୍ଝା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ ।  ଶିବିରରେ ମୋଟ ୭୨ଟି ଅଭିଯୋଗର ଶୁଣାଣି ହୋଇଥିଲା । ସେଥିମଧ୍ୟରୁ ୨୨ଟି ବ୍ୟକ୍ତିଗତ ଅଭିଯୋଗ ରହିଥିବାବେଳେ ୫୦ଟି ସାମୂହିକ ଅଭିଯୋଗ ରହିଥିଲା । ଶୁଣାଣିରେ ରାସନ୍ କାର୍ଡ, ଶ୍ରମ କାର୍ଡ, ଆଧାର କାର୍ଡ ଅପଡେଟ, ସ୍ୱାସ୍ଥ୍ୟ କାର୍ଡ, ସାମାଜିକ ସୁରକ୍ଷା ପେନସନ ଓ ଜଙ୍ଗଲ ଜମି ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ପାଇଁ କ୍ୟାମ୍ପ କରାଯାଇ ଅନଲାଇନ ସେବା ଯୋଗାଇ ଦିଆଯାଇଥିଲା । ଜିଲ୍ଲାପାଳ  ସିମିଳିବାଞ୍ଝା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ନେତାଜୀ ମେମୋରିଆଲ ବିଦ୍ୟା ଭବନ, ଏମ.ଭି-୬୧ ଗସ୍ତ କରି ମଧ୍ୟାହ୍ନ ଭୋଜନର ମାନ ପରକ୍ଷଣ ସହ ପିଲାଙ୍କ ପାଠପଢା ସହ ସୁବିଧା ଅସୁବିଧା ବୁଝିଥିଲେ । ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଅନ୍ୟାନ୍ୟ ବିଦ୍ୟାଳୟ ପରିଦର୍ଶନ କରି ମଧ୍ୟାହ୍ନ ଭୋଜନର ମାନ ପରକ୍ଷଣ କରିଥିଲେ । ଶିବିରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଓ ଉପଜିଲ୍ଲାପାଳ ଅଶ୍ନି ଏଏଲ୍ ଉପସ୍ଥିତ ଥିଲେ ।