ଏସଆଇ କେଳେଙ୍କାରୀ : ୫ ଦିନଆ ରିମାଣ୍ଡରେ ଶଙ୍କର ଓ ଅରବିନ୍ଦ 

ଏସଆଇ କେଳେଙ୍କାରୀ : ୫ ଦିନଆ ରିମାଣ୍ଡରେ ଶଙ୍କର ଓ ଅରବିନ୍ଦ 

ବ୍ରହ୍ମପୁର : ପୋଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲା ଗିରଫ ଥିବା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ଅରବିନ୍ଦ ଦାସକୁ ୫ ଦିନ ପାଇଁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ବ୍ରହ୍ମପୁର ଜେଏମଏଫସ କୋର୍ଟରେ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ହେଲେ ମାନ୍ୟବର ବ୍ରହ୍ମପୁର ଜେଏମଏଫସି କୋର୍ଟ ୫ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ।

ସୂଚନା ମୁତାବକ, ଶନିବାର ଦିନ ପୋଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ରାକେଟ୍‌ର  ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିକୁ କ୍ରାଇମ୍‌ବ୍ରାଞ୍ଚ ନେପାଳ ସୀମା ଉତ୍ତରାଖଣ୍ଡରୁ ଗିରଫ କରିଥିଲା । ସୋମବାର ଦିନ ଉଭୟ ଶଙ୍କର ଓ ସୁରେଶକୁ ବ୍ରହ୍ମପୁର ଜେଏମଏଫସି କୋର୍ଟରେ ସନ୍ଧ୍ୟାରେ ହାଜର କରାଯାଇଥିଲା । ଶଙ୍କରର ଓକିଲ ଅନୀଲ କୁମାର ପଣ୍ଡା ଜାମିନ ଆବେଦନ କରିଥିଲେ । କୋର୍ଟ ଜାମିନ ନାମଞ୍ଜୁର କରିବା ସହ ବ୍ରହ୍ମପୁର ଜେଲକୁ ପଠାଇ ଦେଇଥିଲେ ।