ଦୁର୍ଗାପୂଜା ମଣ୍ଡପ ଦର୍ଶନ କଲେ ମନମୋହନ

 ରାଜକନିକା :  ରାଜକନିକା କଣ୍ଟପଡ଼ା ବଜାର ବଣିକ ସଂଘ ଦୁର୍ଗାପୂଜା ମଣ୍ଡପ ଦର୍ଶନ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ରାଜକନିକା ବ୍ଲକ କଣ୍ଟପଡ଼ା ବଜାର ବଣିକ ସଂଘ ଶାରଦୀୟ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଅଷ୍ଟମୀ ପୂଜାରେ ନିମନ୍ତ୍ରଣ ରକ୍ଷା କରି ବିଜେପି ରାଜ୍ୟ ସଭାପତି ମନମୋନ ସାମଲ ଯୋଗଦେଇ ମା’ଙ୍କ ଆଶୀର୍ବାଦ ଲାଭକରି କମିଟିର ସଭ୍ୟ ମାନଙ୍କୁ ଉସôାହିତ କରିଥିଲେ । ଏହି ପରିପେକ୍ଷୀରେ ବଣିକ ସଂଘର ସଭାପତି ଅଜୟ କୁମାର ଦାଶ, ସମ୍ପାଦକ ଜ୍ଞନରଞ୍ଜନ ସାହୁଙ୍କ ସମେତ ପୂଜା କମିଟିର ସମସ୍ତ ସଭ୍ୟ ମାନେ ଉପସ୍ଥିତ ରହି ଏକ ପୂଜା ମଣ୍ଡପ ପାଇଁ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କୁ ନିବେଦନ କରିଥିଲେ ।