ଜୈଶ ଟାର୍ଗେଟରେ ଥିଲା ଲାଲକିଲ୍ଲା : ଗଣତନ୍ତ୍ର ଦିବସରେ ହୋଇଥା'ନ୍ତା ହମ୍ଲା
ନୂଆଦିଲ୍ଲୀ : ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଟାର୍ଗେଟରେ ଥିଲା ଦିଲ୍ଲୀର ଲାଲକିଲ୍ଲା । ଆସନ୍ତା ଜାନୁଆରି ୨୬ ତାରିଖ ଗଣତନ୍ତ୍ର ଦିବସରେ ଏକ ବଡଧରଣର ଆକ୍ରମଣ ପାଇଁ କରିଥିଲା ଯୋଜନା । ଏହି ଯୋଜନାର ରୂପରେଖ ଦେଇଥାଆନ୍ତେ ଫରିଦାବାଦ ବିଶ୍ୱବିଦ୍ୟାଳୟର ଗିରଫ ଡାକ୍ତରମାନେ ।
ଅଧିକାରୀମାନେ କହିଛନ୍ତି ଯେ ସମ୍ପ୍ରତି ପୁଲିସ ହ୍ୱାଇଟ କଲାର ଆତଙ୍କୀ ମଡ୍ୟୁଲ୍ର ପର୍ଦ୍ଦାଫାଶ କରିବା ପରେ ଗିରଫ ହୋଇଥିବା ଡାକ୍ତର ମୁଜାମ୍ମିଲ୍ ଶକିଲଙ୍କ ମୋବାଇଲ୍ ଫୋନ୍ରୁ ଉଦ୍ଧାର କରାଯାଇଥିବା ଡମ୍ପ ଡାଟାର ବିଶ୍ଳେଷଣରୁ ଏପରି ଭୟଙ୍କର ଯୋଜନା ଜଣାପଡିଛି । ଚଳିତ ବର୍ଷ ଜାନୁଆରି ୨୬ ତାରିଖ ଗଣତନ୍ତ୍ର ଦିବସରେ ଲାଲକିଲ୍ଲା ଉପରେ ଆକ୍ରମଣ ପାଇଁ ଜେଇଏମ ଯୋଜନା ମଧ୍ୟ କରିଥିଲା । କିନ୍ତୁ ତାହା ପଣ୍ଡ ହୋଇଯାଇଥିଲା । ଚଳିତ ବର୍ଷ ଜାନୁଆରିରେ ଲାଲକିଲ୍ଲା ଅଞ୍ଚଳର ଅନେକ ସ୍ଥାନରେ ଯାଞ୍ଚ କରିଥିଲେ । ପୁଲିସ କହିଛି ଯେ ସେମାନେ ସନ୍ଦେହ କରୁଛନ୍ତି ଯେ ଏହି ରେକିଗୁଡ଼ିକ ଗଣତନ୍ତ୍ର ଦିବସରେ ଐତିହାସିକ ସ୍ମାରକୀକୁ ଟାର୍ଗେଟ କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ରର ଅଂଶ ଥିଲା, କିନ୍ତୁ ସେହି ସମୟରେ ଅଞ୍ଚଳରେ ପାଟ୍ରୋଲିଂ ତୀବ୍ର ହେବାରୁ ଏହାକୁ ପଣ୍ଡ କରାଯାଇଥିଲା । ପୁଲିସ ଜୈଶ-ଇ-ମହମ୍ମଦ ଏବଂ ଅନସାର ଘଜୱାତ-ଉଲ୍-ହିନ୍ଦ ସହିତ ଲିଙ୍କ୍ ଥିବା ଆତଙ୍କୀ ମଡ୍ୟୁଲ୍କୁ ପର୍ଦ୍ଦାଫାଶ କରିବା ଏବଂ ତିନି ଜଣ ଡାକ୍ତରଙ୍କ ସମେତ ୮ ଜଣଙ୍କୁ ଗିରଫ କରିବାର କିଛି ଘଣ୍ଟା ପରେ ଦିଲ୍ଲୀର ଲାଲକିଲ୍ଲା ଅଞ୍ଚଳ ନିକଟରେ ଏକ ଧୀର ଗତିରେ ଯାଉଥିବା କାରରେ ଏକ ଉଚ୍ଚ଼-ତୀବ୍ରତା ବିସ୍ଫୋରଣ ଘଟିଥିଲା । ନାମ ଗୋପନ ରଖି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଡମ୍ପ ତଥ୍ୟର ବିଶ୍ଳେଷଣରୁ ଜଣାପଡିଛି ଯେ ଜାନୁଆରି ପ୍ରଥମ ସପ୍ତାହରେ ଡା ମୁଜାମ୍ମିଲ୍ ଲାଲକିଲ୍ଲା ଅଞ୍ଚଳ ଓ ଏହାର ଆଖପାଖରେ ବାରମ୍ବାର ଉପସ୍ଥିତ ଥିଲେ । ସୋମବାର ବିସ୍ଫୋରଣ ହୋଇଥିବା କାରଟି ଚଲାଉଥିବା ଅଲ୍-ଫଲାହ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ଉମର ନବିଙ୍କ ସହିତ ଡକ୍ଟର ମୁଜାମ୍ମିଲ୍ ସୁରକ୍ଷା ବ୍ୟବସ୍ଥା ଓ ଭିଡ଼ ଘନତା ଢାଞ୍ଚା ଅଧ୍ୟୟନ କରିବା ପାଇଁ ବହୁବାର ଲାଲକିଲ୍ଲା ପରିଦର୍ଶନ କରିଥିଲେ । ଅଧିକାରୀମାନେ କହିଛନ୍ତି ଯେ ଟାୱାର ଲୋକେସନ୍ ଡାଟା ଏବଂ ନିକଟବର୍ତ୍ତୀ ଅଞ୍ଚଳରୁ ସଂଗୃହୀତ ସିସିଟିଭି ଫୁଟେଜ୍ ମାଧ୍ୟମରେ ସେମାନଙ୍କ ଗତିବିଧି ଯାଞ୍ଚ କରାଯାଇଥିଲା । ଏଜେନ୍ସିଗୁଡ଼ିକ ଏହି ଦିଗକୁ ଯାଞ୍ଚ କରୁଛନ୍ତି ।