ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର
ରାଜନଗର: ରାଜନଗର ବ୍ଲକ ସଦର ମହକୁମା ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଣୟ କୁମାର ବେହେରା ପ୍ରଦୀପ ପ୍ରଜ୍ୱଳନ କରି ଅନୁଷ୍ଠାନିକ ଭାବେ ଶିବିରକୁ ଉଦ୍ଘାଟନ କରିଥିଲେ । ଅଧ୍ୟାପକ ସନ୍ଦୀପ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ପ୍ରକଳ୍ପ ସଂଯୋଜିକା ଅଧ୍ୟାପିକା ସାଗରିକା କର ଆତ୍ମାରକ୍ଷା ପ୍ରଶିକ୍ଷଣ ଶିବିରର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଅଭିମନୁ୍ୟ ରାଉତ ଓ ପର୍ଶୁରାମ ନାଥ, ଅଧ୍ୟାପିକା ମୁମ୍ମୁନ ଦାସ ଏବଂ ପୁଷ୍ପ ଯୋଜ ଯୋଗ ଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଏହି ଶିବିରରେ ଯୁକ୍ତ ଦୁଇ ଶ୍ରେଣୀ ପ୍ରଥମ ବର୍ଷରେ ଅଧ୍ୟୟନ କରୁଥିବା ୨୫୪ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଆଠ ଦିନବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ଶିବିରରେ ଟ୍ରେନ୍ର ପ୍ରୀତିପ୍ରଭା ରାଉତ ଓ ଝିଲ୍ଲୀ ଜେନା ପ୍ରଶିକ୍ଷଣ ଦେଉଛନ୍ତି ।