ଗୋରୁ ଗାଡି ଜବତ କଲେ ଗୋ-ରକ୍ଷକ
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକର ରାଜପଥରେ ବେଆଇନ ଗୋରୁ ପରିବହନ ଉପରେ ନଜର ରଖିଛନ୍ତି ଗୋ-ରକ୍ଷକମାନେ । ଶୁକ୍ରବାର ବିଳମ୍ବିତ ରାତ୍ରରେ ୧୬ ନଂ ଜାତୀୟ ରାଜପଥର ବାରିକପୁର ଠାରୁ ୨ଟି ଗୋରୁ ଗାଡିକୁ ପିଛା କରି ବିଷ୍ଣୁପୁର ଛକରେ ରାତ୍ର ୨.୩୦ମି. ସମୟରେ ଜବତ କରିଥିଲେ ଗୋ ରକ୍ଷକମାନେ । ଜବତ ୨ଟି ଯାକ ଯାନରେ ଦେଢଶହରୁ ଅଧିକ ଗୋରୁ ଥିଲେ ବୋଲି ଗୋ ରକ୍ଷକମାନେ ପ୍ରକାଶ କରିଛନ୍ତି । ଖବର ପାଇ ଧାମନଗର ପୁଲିସ ଓଡି ୦୪ ଭି ୨୧୯୬ ନଂ କଣ୍ଟେନରରେ ଅମାନୁଷିକ ଭାବେ ପରିବହନ ହେଉଥିବା ୩୪ ଟି ଓ ଏପି ୩୯ଟି ଜେଡ ୦୭୮୭ ନଂ କଣ୍ଟେନରରେ ପରିବହନ ହେଉଥିବା ୩୨ ଟି ଗୋରୁ ଜବତ କରିବା ସହ କଣ୍ଟେନର ଦୁଇଟିକୁ ଜବତ କରିଥିବା ନେଇ ସୂଚନା ମିଳିଛି । ଅନ୍ଧାରର ସୁଯୋଗ ନେଇ ଚାଳକମାନେ ଫେରାର ହୋଇଯାଇଛନ୍ତି । ରାଜ୍ୟ ଓ ରାଜ୍ୟ ବହାରର ବିଭିନ୍ନ ଅଞ୍ଚଳରୁ ଗୋରୁ ପଶ୍ଚିମବଙ୍ଗକୁ ପରିବହନ କରାଯାଉଥିଲା ବୋଲି ଜଣାଯାଇଛି । ସହକାରୀ ସବଇନିସପେକ୍ଟର ଳରେନ୍ସ କୁଜୁରଙ୍କ ଅଭିଯୋଗ କ୍ରମେ ଥାନାରେ ୪୦୯/୨୫ ନଂ ମାମଲା ଋଜୁ ହୋଇଥିବା ଜଣାଯାଇଛି । ଜବତ ଗୋରୁଗୁଡିକୁ ମଇତାପୁର ଗୋଶାଳାକୁ ପଠାଯାଇଛି ।