କମ୍ବଳ ବଣ୍ଟନ
ଖୋର୍ଦ୍ଧା: ବୋଲଗଡ ବ୍ଲକ ଟିକାତାଳସ୍ଥ ଶ୍ରୀରାମକୃଷ୍ଣ ସେବାଶ୍ରମ ଓ ରାମକୃଷ୍ଣ ମିଶନ ଆଶ୍ରମ ପୁରୀର ସମ୍ପାଦକ ସ୍ୱାମୀ ଆପ୍ତେଶ୍ୱରାନନ୍ଦ ମହାରାଜଙ୍କ ସହାୟତାରେ ଗୋପାଳପୁର ପଞ୍ଚାୟତର ତୁଳସୀ ବେରେଣାରେ ଆଖପାଖ ଗ୍ରାମର ଏକଶହ ଅଭାବୀ, ବୟସ୍କ ଓ ବିଧବା ମା'ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ପୁନଶ୍ଚ ଶ୍ରୀରାମକୃଷ୍ଣ ସେବାଶ୍ରମ, ଟିକାତାଳ ଓ ମୋଇନା ସେବା ଫାଉଣ୍ଡସନ, କୋଲକାତା ମିଳିତ ଆନୁକୂଲ୍ୟରେ ବୋଲଗଡରେ ଆଶ୍ରମର ଉପସଭାପତି ରାଜକିଶୋର ଛୁଆଳସିଂହ, ସଦସ୍ୟ ଭକ୍ତବଲ୍ଲଭ ପଟ୍ଟନାୟକ, ଗୋପୀନାଥ ଖାଡ଼ଙ୍ଗା ଓ ରାଧାଶ୍ୟାମ ରାୟଗୁରୁ ମହାପାତ୍ରଙ୍କ ଦ୍ୱାରା ବଣ୍ଟନ କରାଯାଇଛି । ଏହି ରିଲିଫ କାର୍ଯ୍ୟକ୍ରମରେ ସେବାଶ୍ରମର ସଭାପତି ବିଜୟ ମହାପାତ୍ର, ସମ୍ପାଦକ ଗୋଲକ ଚନ୍ଦ୍ର ସାହୁ, ସହସମ୍ପାଦକ ସର୍ବେଶ୍ୱର ସାହୁ, କୋଷାଧ୍ୟକ୍ଷ ଅଶୋକ ସାହୁ, ସଦସ୍ୟ ସୁବଳ ଛୁଆଳସିଂହ, ନଟବର ବେହେରା, ରବୀନ୍ଦ୍ର କୁମାର ଜେନା, ବାବାଜୀ ବେହେରା, ଶ୍ୟାମାକାନ୍ତ ପଟ୍ଟନାୟକ, ଶ୍ରୁଭ୍ରାଂଶୁ ଶେଖର ସାହୁ ପ୍ରମୁଖ ସହଯୋଗ କରିଥିଲେ ।