ସରକାରୀ ଟଙ୍କାରେ ଉପହାର କିଣିବା ମନା

ସରକାରୀ ଟଙ୍କାରେ ଉପହାର କିଣିବା ମନା

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଭଳି ରାଜ୍ୟ ସରକାର ମଧ୍ୟ ‘ନୋ ଗିଫ୍ଟ ପଲିସି’ ଲାଗୁ କରିଛନ୍ତି । ଏନେଇ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ପତ୍ର ଲେଖାଯାଇଛି । ପତ୍ରରେ ଉଲ୍ଳେଖ କରାଯାଇଛିଯେ, ଗତ ସେପ୍ଟେମ୍ବର ୧୯ରେ କେନ୍ଦ୍ର ସରକାର ପାର୍ବଣ ଋତୁ ପାଇଁ ନୋ ଗିଫ୍ଟ ପଲିସି ଆପଣାଇଥିଲେ । ଦୀପାବଳି କିମ୍ବା ଅନ୍ୟ କୌଣସି ଉତ୍ସବରେ ଉପହାର ପାଇଁ ସରକାରୀ ଖର୍ଚ୍ଚ ଉପରେ ପ୍ରତିବନ୍ଧକ ଲଗାଯାଇଛି । ରାଜ୍ୟ ସରକାର ମଧ୍ୟ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଦୀପାବଳି ବା ଅନ୍ୟ କୌଣସି ଉତ୍ସବ ପାଇଁ କୌଣସି ସରକାରୀ ଅଫିସ୍‌ ବା ପିଏସୟୁ ଉପହାର ପାଇଁ ଅର୍ଥ ଖର୍ଚ୍ଚ କରିପାରିବେ ନାହିଁ । ଏହାକୁ କଡ଼ାକଡ଼ି ପାଳନ ପାଇଁ ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି । ବିତ୍ତୀୟ ଶୃଙ୍ଖଳା ଓ ଅନାବଶ୍ୟକ ଖର୍ଚ୍ଚ ହ୍ରାସ ନିମନ୍ତେ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ ।