ଆଇଇଡି ବିସ୍ଫୋରଣରେ ଯବାନ ଆହତ

ମାଲକାନଗିରି : ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀଙ୍କ ଦ୍ୱାରା ଲଗାଯାଇଥିବା ଆଇଇଡି ବିସ୍ଫୋରଣରେ ସିଆରପିଏଫର ଜଣେ ଯବାନ ଆହତ ହୋଇଛନ୍ତି । ଫୁଲବାଗଡି ପୁଲିସ ଷ୍ଟେସନ ଅଞ୍ଚଳ ଗୋଗୁଣ୍ଡା ନିକଟସ୍ଥ ଜଙ୍ଗଲ ପାହାଡ଼ରେ ଅପରାହ୍ନ ୧.୪୫ ସମୟରେ ସୁରକ୍ଷାକର୍ମୀମାନେ କମ୍ବିଂ ଅପରେସନରେ ବାହାରିଥିବା ବେଳେ ଏହି ଘଟଣା ଘଟିଥିଲା । ସିଆରପିଏଫର ୭୪ତମ ବାଟାଲିୟନର ଯବାନ ଅସାବଧାନତାବଶତଃ ପ୍ରେସର ଆଇଇଡି ସଂସ୍ପର୍ଶରେ ଆସି ଯିବାରୁ ବିସ୍ଫୋରଣ ଘଟିଥିଲା । ତାଙ୍କ ଗୋଡରେ ଆଘାତ ଲାଗିଛି ।

      ପ୍ରାଥମିକ ଚିକିତ୍ସା ପରେ ଆହତ ଯବାନଙ୍କୁ ଅଧିକ ଚିକିତ୍ସା ପାଇଁ ରାୟପୁରକୁ ବିମାନରେ ନିଆଯାଇଛି । ମାଓବାଦୀମାନେ ପ୍ରାୟତଃ ସୁକମା ସମେତ ସାତଟି ଜିଲ୍ଲାକୁ ନେଇ ଗଠିତ ବସ୍ତର ଅଞ୍ଚଳର ଆଭ୍ୟନ୍ତରୀଣ ପକେଟରେ ପାଟ୍ରୋଲିଂ ସମୟରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଜଙ୍ଗଲ ରାସ୍ତା ଏବଂ ମାଟି ରାସ୍ତାରେ ଆଇଇଡି ଲଗାନ୍ତି । ଅତୀତରେ ସାଧାରଣ ଲୋକ ଏହି ଅଞ୍ଚଳରେ ବିଛାଯାଇଥିବା ଏପରି ଫାଶର ଶିକାର ହୋଇଛନ୍ତି । ଜୁନ୍‌ ୯ ତାରିଖରେ ସୁକମା ଜିଲ୍ଲାର ଏକ ପଥର ଖଣିରେ ମାଓବାଦୀଙ୍କ ଦ୍ୱାରା ବିଛାଯାଇଥିବା ଆଇଇଡି ବିସ୍ଫୋରଣ ହେବା ଫଳରେ ଅତିରିକ୍ତ ପୁଲିସ ଅଧୀକ୍ଷକ (କୋଣ୍ଟା ଡିଭିଜନ) ଆକାଶ ରାଓ ଗିରେପୁଞ୍ଜେଙ୍କ ମୃତ୍ୟୁ ହୋଇଥିଲା ଓ ଦୁଇ ଜଣ ଅଧିକାରୀ ଆହତ ହୋଇଥିଲେ ।