ବାତ୍ୟା ‘ମୋନ୍ଥା’ର ପ୍ରଭାବ : ଲଗାଣ ବର୍ଷାରେ ଧସିଲା ସ୍କୁଲ ପାଚେରୀ  

ବାତ୍ୟା ‘ମୋନ୍ଥା’ର ପ୍ରଭାବ : ଲଗାଣ ବର୍ଷାରେ ଧସିଲା ସ୍କୁଲ ପାଚେରୀ  

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ବାତ୍ୟା ‘ମୋନ୍ଥା’ର ପ୍ରଭାବ ଦେଖିବାକୁ ମିଳିଛି ଜିଲ୍ଲାରେ ସୋମବାର ଠାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି  । ବାତ୍ୟା ‘ମୋନ୍ଥା’କୁ ନେଇ ପ୍ରଶାସନ ପକ୍ଷରୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଲଗାଣ ବର୍ଷାରେ ହିଞ୍ଜିଳିକାଟୁ ପୌର ପରିଷଦ ଅନ୍ତର୍ଗତ  ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଓ ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟର ପ୍ରାୟ ୨୦ମିଟର ପାଚେରୀ ଭୁଷୁଡି ପଡିଥିବା ବେଳେ ଆହୁରି ୧୦ମିଟର ପାଚେରୀ ଅଣେଇ ହୋଇ ରହିଛି । ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି । ଲଗାଣ ବର୍ଷା ଯୋଗୁଁ ସ୍କୁଲ ପାଚେରୀ ଭାଙ୍ଗି ପଡିଥିବା ବେଳେ ଅସୁରକ୍ଷିତ ଅବସ୍ଥାରେ ରହିଛି । ସ୍କୁଲ ବନ୍ଦ ଯୋଗୁଁ କାହାର କ୍ଷୟକ୍ଷତି ହୋଇନାହିଁ । କିନ୍ତୁ ସ୍କୁଲ ଦେଇ ପାହାଡ ଉପର ସାହି ବାସିନ୍ଦା ଯିବା ଆସିବା କରୁଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି ।