ଜାତୀୟ ପତାକା ବ୍ୟବହାର ନେଇ ଆଲୋଚନା 

 ଜଗତସିଂହପୁର : ଜାତୀୟ ପତାକାକୁ ସମ୍ମାନ ଜଣାଇବା ପ୍ରତ୍ୟେକ ଭାରତୀୟ ନାଗରିକଙ୍କ କର୍ତ୍ତବ୍ୟ  । ଭାରତୀୟ ଜାତୀୟ ପତାକା ଆଶା ଓ ଉଚ୍ଚକାଂକ୍ଷା ଭାବେ ଦେଶର ଜନସାଧାରଣଙ୍କ ପ୍ରତିନିଧିତ୍ୱ କରିଥାଏ । ତେଣୁ ଜାତୀୟ ପତାକାକୁ ଭଲ ପାଇବା, ସମ୍ମାନ ଦେବା ଓ ଏହା ପ୍ରତି ଆନୁଗତ୍ୟ ଦେଖାଇବା ଉଚିତ୍  । 
ଜାତୀୟ ସମ୍ମାନ ନିୟମ ୧୯୭୧ ଅନୁଯାୟୀ ଜାତୀୟ ପତାକାକୁ ଅସମ୍ମାନ କଲେ ଆଇନାନୁଯାୟୀ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି  । ସେହିପରି ଫ୍ଲାଗ କୋର୍ଡ ଅଫ୍ ଇଣ୍ଡିଆ-୨୦୦୨ ନିୟମ ଅନୁଯାୟୀ ଏହାର ବ୍ୟବହାର ସଠିକ୍ ଭାବରେ କରାଯିବା ଉଚିତ । ଏହି ସବୁ କାର୍ଯ୍ୟକ୍ରମ ସମୟରେ ଜନସାଧାରଣ ବ୍ୟବହାର କରୁଥିବା କାଗଜ ତିଆରି ଜାତୀୟ ପତାକାକୁ ଏଣେ ତେଣେ ପଡିଆରେ ପକାଇଥାନ୍ତି, ଯାହାକି ଜାତୀୟ ପତାକାକୁ ଅସମ୍ମାନ ଅଟେ । ସରକାରଙ୍କ ବିନା ଆଦେଶରେ ଜାତୀୟ ପତାକାକୁ ଅର୍ଦ୍ଧ ନମିତ ଭାବରେ ଉଡାଇବା ଅନୁଚିତ୍ । ଜାତୀୟ ପତାକାକୁ ପୋଷାକ ପରିଛଦ, ୟୁନିଫର୍ମ, କୈାଣସି ପ୍ରକାର ଗଦି, ରୁମାଲ, ଗାମୁଛା ଓ ପୋଷାକ ପତ୍ରରେ ବ୍ୟବ?ହାର କରାଯାଇ ପାରିବ ନାହିଁ  । ଜାତୀୟ ପତାକା ଉପରେ କୈାଣସି ଲେଖାଲେଖି କରିବା ଅନୁଚିତ୍ । କୌଣସି ଆତିଥ୍ୟ ଗ୍ରହଣ ସମୟରେ, ବିତରଣ ସମୟରେ, କୌଣସି ଦ୍ରବ୍ୟ ବହନ ସମୟରେ ଜାତୀୟ ପତାକାକୁ ବ୍ୟବହାର କରାଯାଇ ପାରିବ ନାହିଁ । ସାଧାରଣତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସ ପାଳନ ସମୟରେ ପତାକା ଉଡାଇବା ପୂର୍ବରୁ କେବଳ ପତାକା ମଧ୍ୟରେ ଫୁଲ ପାଖୁଡା ରଖାଯାଇ ପାରିବ । ପ୍ରତିମୂର୍ତ୍ତି ଉନ୍ମୋଚନ ସମୟରେ ପ୍ରତିମୂର୍ତ୍ତିକୁ ଆଛାଦିତ କଲାଭଳି ଜାତୀୟ ପତାକା ବ୍ୟବହାର କରାଯାଇ ପାରିବ ନାହିଁ  । ଇଛାକୃତ ଭାବେ ଜାତୀୟ ପତାକାକୁ ଚଟାଣ, ଭୂମି କିମ୍ବା ଜଳରେ ସ୍ପର୍ଶ କରାଯିବା ଅନୁଚିତ୍ । ଯାନବାହାନ ରେଳଗାଡି, ନୌକା, ବିମାନର ହୁଡ୍, ପଛପାଖ, ଉଭୟ ପାର୍ଶ୍ୱରେ ଜାତୀୟ ପତାକା ପ୍ରଦର୍ଶିତ କରାଯାଇ ପାରିବ ନାହିଁ  । ଜନସାଧାରଣ ଓ ଅନୁଷ୍ଠାନ ଏ ସମ୍ପର୍କରେ ସଚେତନତା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି  ।