ନାହିଁ ପକ୍କାରାସ୍ତା ; ବିଲହିଡ଼ ହିଁ ସାହା ଭରସା

ନାଉଗାଁ  : ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ଅନ୍ତର୍ଗତ ବଛାଳ ଗ୍ରାମ ପଞ୍ଚାୟତର ବ୍ରାହ୍ମଣୀଗାଁକୁ ଆଜି ପର୍ଯ୍ୟନ୍ତ ଯାତାୟାତ ଯୋଗ୍ୟ ରାସ୍ତା ନାହିଁ । ଏହି ଗ୍ରାମର ନାଉଗାଁ ବ୍ଲକ ଓ ନିଆଳି ବ୍ଲକ ସୀମାନ୍ତରେ ଅବସ୍ଥିତ । ଏହି ଗ୍ରାମକୁ କୌଣସି ସ୍ଥାୟୀ ପକ୍କା ରାସ୍ତାର ସଂଯୋଗ ନାହିଁ । ଯାହାଦ୍ୱାରା ଗ୍ରାମବାସୀମାନେ ଏବେ ବି ବିଲ୍‌ ହିଡ ଦେଇକି ଯିବା ଆସିବା କରୁଛନ୍ତି । ବଛାଳୋ ପଞ୍ଚାୟତର ଏହି ୯ନମ୍ବର ୱାର୍ଡ ଗୋଟିଏ ଗ୍ରାମରେ ୪୦ରୁ ଅଧିକ ପରିବାର ଦେଢଶହରୁ ଊଦ୍ଧ୍ୱର୍ ଜନସାଧାରଣ ବସବାସ କରିଥାନ୍ତି । ବର୍ଷା ଦିନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ଅଞ୍ଚଳ ପରି ପାଣି କାଦୁଅ ଓ ଜଳ ଘରରେ ସେମାନଙ୍କ ଜୀବନ ବିତିଥାଏ । ସ୍ୱାଧୀନତାର ୭୮ ବର୍ଷ ପରେ ଏହି ଗ୍ରାମର ଦୁର୍ଦ୍ଦଶାକୁ କାହାର ଦୃଷ୍ଟି ପଡୁନଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଖାଲି ଏତିକି ନୁହେଁ, ଗାଁରେ କୌଣସି ସ୍କୁଲ କି ଅଙ୍ଗନବାଡି କେନ୍ଦ୍ରଟିଏ ନାହିଁ । ଏହି ରାସ୍ତା ନ ଥିବାରୁ ଗ୍ରାମର ବରିଷ୍ଠ ନାଗରିକ, ସ୍କୁଲ ଛାତ୍ରଛାତ୍ରୀ, ଗର୍ଭବତୀ ମହିଳା, ରୋଗୀମାନେ ନାହିଁ ନ ଥିବାରୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଗ୍ରାମର ରାସ୍ତାର କହିଲେ ବିଲହିଡ଼ ଦେଇ ଯାତାୟାତ ଖାଲି ପାଦରେ କରିବା କଷ୍ଟସାଧ୍ୟ ଅଟେ । ଗ୍ରାମବାସୀମାନେ କହୁଛନ୍ତି, ରାସ୍ତା ନ ଥିବାରୁ ଆମେ ବର୍ଷାକାଳରେ ନିତ୍ୟ ସମସ୍ୟା ଭୋଗୁଛୁ । ଜରୁରୀକାଳୀନ ସ୍ଥିତିରେ ମଧ୍ୟ ଗାଡ଼ି ଆସିପାରୁନି । ସରକାର ଶୀଘ୍ର ଏଠାରେ ସୁବିଧାଜନକ ରାସ୍ତା ନିର୍ମାଣ କରିବା ଆବଶ୍ୟକ । ଏଥିନିମନ୍ତେ ଉକ୍ତ ଗ୍ରାମବାସୀଙ୍କ ସମସ୍ୟା ନେଇ ଆମ୍ଭେ ବଛାଳ ସରପଞ୍ଚ ପ୍ରିୟଦର୍ଶିନୀ ଲେଙ୍କାଙ୍କୁ ପଚାରିବାରୁ ସେ କହିଥିଲେ, ଉକ୍ତ ଗ୍ରାମର ରାସ୍ତା ପାଇଁ ସରକାରୀ ଜାଗା ନାହିଁ, ଯାହା ଅଛି ସେ ପୁଣି କଟକ ଜିଲ୍ଲାରେ ଥିବାରୁ ପଞ୍ଚାୟତ ଏଥିନିମନ୍ତେ କିଛି କରିପାରୁନାଁହାନ୍ତି । ଏଣୁ ଉକ୍ତ ସମସ୍ୟାକୁ ବ୍ଲକ କିମ୍ବା ଜିଲ୍ଲା ପ୍ରଶାସନ ସମାଧାନ କରିବାକୁ ସେ ନିବେଦନ କରିଛନ୍ତି ।