ଆସନ୍ତା ଡିସେମ୍ବର ୪ ତାରିଖରେ ଭାରତ ଆସିବେ ପୁଟିନ

ଆସନ୍ତା ଡିସେମ୍ବର ୪ ତାରିଖରେ ଭାରତ ଆସିବେ ପୁଟିନ

ନୂଆଦିଲ୍ଲୀ : ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଆସନ୍ତା ଡିସେମ୍ବର ୪ ତାରିଖରେ ଭାରତ ଆସିବେ ପୁଟିନ । ୨୨ ତମ ଭାରତ-ଋଷ ଶିଖର ସମ୍ମିଳନୀ ପାଇଁ ଗତ ଜୁଲାଇ ମାସରେ ମସ୍କୋ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୩ ତମ ଭାରତ-ଋଷ ବୈଠକରେ ଋଷିଆ ରାଷ୍ଟ୍ରପତି ଯୋଗଦେବେ । ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ କରିବେ ।  ଗତ ଅକ୍ଟୋବର ମାସରେରେ ପ୍ରଧାନମନ୍ତ୍ରୀ ମୋଦୀ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ସମୟରେ କାଜାନରେ ଦୁଇ ନେତାଙ୍କ ମଧ୍ୟରେ ପୁଣି ଥରେ ସାକ୍ଷାତ ଆଲୋଚନା ହୋଇଥିଲା । ଋଷରୁ ଭାରତ ତୈଳ କ୍ରୟ ଜାରି ରଖିବା ନେଇ ନୂଆଦିଲ୍ଲୀ ଏବଂ ୱାସିଂଟନ ମଧ୍ୟରେ ବୃଦ୍ଧି ପାଉଥିବା ବାଣିଜ୍ୟ ଉତ୍ତେଜନା ମଧ୍ୟରେ ପୁଟିନଙ୍କ ଗସ୍ତ ଏକ ସମ୍ବେଦନଶୀଳ ହେଉଛି ।