ମନ୍ଦିରର ଆର୍ଥିକ ଅନୁଦାନ ରାଶି ବୃଦ୍ଧି କଲେ ରାଜ୍ୟ ସରକାର ; ପୂର୍ବାପେକ୍ଷା ଅଢ଼େଇ କୋଟି ବଢ଼ିଲା

ମନ୍ଦିରର ଆର୍ଥିକ ଅନୁଦାନ ରାଶି ବୃଦ୍ଧି କଲେ ରାଜ୍ୟ ସରକାର ; ପୂର୍ବାପେକ୍ଷା ଅଢ଼େଇ କୋଟି ବଢ଼ିଲା

ଭୁବନେଶ୍ବର : ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସ । ରାଜ୍ୟରେ ମନ୍ଦିର ପାଇଁ  ଅଢ଼େଇ କୋଟି ଟଙ୍କା  ଆର୍ଥିକ ଅନୁଦାନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ବିଧାନସଭାରେ ଉତ୍ତର ରଖିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଗୃହରେ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି, ୪ ହଜାରରୁ ଉର୍ଦ୍ଧ୍ବ ହିନ୍ଦୁ ମନ୍ଦିରର ଆର୍ଥିକ ଅନୁଦାନ ରାଶିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପୂର୍ବାପେକ୍ଷା ଅଢେଇ କୋଟି ଟଙ୍କା ଅଧିକ ଆର୍ଥିକ ଅନୁଦାନ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ମନ୍ଦିର ଗୁଡିକୁ ୫ କୋଟି ଟଙ୍କା ଯୋଗାଇ ଦିଆଯାଉଥିବା ବେଳେ ବର୍ତ୍ତମାନ ୭ କୋଟି ୫୦ ଲକ୍ଷ ଟଙ୍କା ଆର୍ଥିକ ରାଶି ଯୋଗାଇ ଦେଇଛନ୍ତି ।

    ସେହିଭଳି ଦେବୋତ୍ତର କମିଶନଙ୍କ ଅଧୀନରେ ୧୮ ହଜାରରୁ ଉର୍ଦ୍ଧ୍ବ ହିନ୍ଦୁ ମନ୍ଦିର ରହିଛି । ସେଥି ମଧ୍ୟରୁ ୪୧୪୫ ମନ୍ଦିରକୁ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ଚଳିତ ଆର୍ଥିକ ବର୍ଷ ପୂର୍ବ ଅପେକ୍ଷା ଅଢେ଼ଇ କୋଟି ଅଧିକ ଆର୍ଥିକ ଅନୁଦାନ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର ।