ଭିଜିଲାନ୍ସ ଜାଲରେ ୨୭୦ ସରକାରୀ କର୍ମଚାରୀ : ମୁଖ୍ୟମନ୍ତ୍ରୀ

ଭିଜିଲାନ୍ସ ଜାଲରେ ୨୭୦ ସରକାରୀ କର୍ମଚାରୀ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ୨୭୦ ସରକାରୀ ଓ ଚୁକ୍ତିଭିତ୍ତିକ କର୍ମଚାରୀ ଭିଜିଲାନ୍ସଙ୍କ ଦ୍ୱାରା ଗିରଫ ହୋଇଛନ୍ତିି । ଗତବର୍ଷ ଜୁନ୧୨ ରୁ ଚଳିତ ବର୍ଷ ଡିସେମ୍ବର ୨୧ଯାଏଁ ୨୭୦ଜଣ କର୍ମଚାରୀ ଗିରଫ ହୋଇଥିବା ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ସେମାନଙ୍କ ମଧ୍ୟରୁ ୩୧ସରକାରୀ ଅଧିକାରୀଙ୍କ ଉପରେ ଏକାଧିକ ଥର କାର୍ୟ୍ୟାନୁଷ୍ଠାନ ହୋଇଛି । ୧୮୭ଜଣ ସରକାରୀ କର୍ମଚାରୀ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି । ଦଣ୍ଡିତ ପରେ ଚାକିରିରୁ ବରଖାସ୍ତ ହୋଇଛନ୍ତି ୩୪ଜଣ । ଅନ୍ୟ ୬୫ଜଣ ସରକାରୀ କର୍ମଚାରୀଙ୍କ ପେନସନ୍‌ ବନ୍ଦ ହୋଇଛି ।

 

    ଅନ୍ୟପଟେ ରାଜ୍ୟରେ ଆଇଏଏସ, ଆଇପିଏସ, ଆଇଏଫଏସ ପଦବୀ ଖାଲି ନେଇ ବିଧାନସଭାରେ ଆଜି ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ୪୬ ଆଇଏଏସ, ୬୭ ଆଇପିଏସ, ୭୦ ଆଇଏଫଏସ୍‌ ପଦବୀ ଖାଲି ପଡିଛି ।