ଟାଟା ପାୱାର ପକ୍ଷରୁ ‘ଗଜ ସଂରକ୍ଷଣ’ ପ୍ରକଳ୍ପର ଶୁଭାରମ୍ଭ : ବିଦ୍ୟୁତ୍‌ ସଂସ୍ପର୍ଶରେ ହାତୀ ମୃତ୍ୟୁ ହ୍ରାସ କରିବାରେ ସହାୟକ ହେବ

ଟାଟା ପାୱାର ପକ୍ଷରୁ ‘ଗଜ ସଂରକ୍ଷଣ’ ପ୍ରକଳ୍ପର ଶୁଭାରମ୍ଭ : ବିଦ୍ୟୁତ୍‌ ସଂସ୍ପର୍ଶରେ ହାତୀ ମୃତ୍ୟୁ ହ୍ରାସ କରିବାରେ ସହାୟକ ହେବ

ଭୁବନେଶ୍ୱର : ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍‌ ଏବଂ ଓଡ଼ିଶା ସରକାରଙ୍କ ବନ୍ୟଜନ୍ତୁ ବିଭାଗ ପକ୍ଷରୁ ମିଳିତ ଭାବରେ ଭୁବନେଶ୍ୱରରେ ‘ଗଜ ସଂରକ୍ଷଣ ପ୍ରକଳ୍ପ' ଉପରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜନ କରାଯାଇଥିଲା । ଏହି କର୍ମଶାଳାରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀ, ସହଯୋଗୀ ଏନଜିଓ ସ୍ନେହାର ପ୍ରତିନିଧି, ଡବ୍ଲୁଟିଆଇ ଏବଂ ଡବ୍ଲୁଡବ୍ଲୁଏଫର ବିଶେଷଜ୍ଞ ଓ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍‌ ଗୁଡିକର ନେତୃବୃନ୍ଦ ଯୋଗ ଦେଇ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ ଏବଂ ଏହାର ସମ୍ପ୍ରସାରଣ ପାଇଁ ରୋଡମ୍ୟାପ୍‌ ପ୍ରସ୍ତୁତ କରିଥିଲେ । ଏହି କର୍ମଶାଳାର ମୁଖ୍ୟ ଲକ୍ଷ୍ୟ ଥିଲା ପ୍ରକଳ୍ପର ସମ୍ପ୍ରସାରଣ ଉପରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାରଙ୍କୁ ଏକାଠି କରିବା ଏବଂ ମଣିଷ-ହାତୀ ସଂଘର୍ଷକୁ ହ୍ରାସ କରିବା ପାଇଁ ଏକ ସମନ୍ୱିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ।

     ୨୦୨୪ ମସିହାରେ ଆରମ୍ଭ ହୋଇଥିବା ‘ଗଜ ସଂରକ୍ଷଣ' - ଯାହାର ଅର୍ଥ ‘ହାତୀ ସୁରକ୍ଷା' ହେଉଛି ଟାଟା ପାୱାରର ଏକ ମହତ୍ତ୍ୱାକାଂକ୍ଷୀ ଜୈବ ବିବିଧତା ସଂରକ୍ଷଣ କାର୍ଯ୍ୟକ୍ରମ । ପ୍ରାଥମିକ ପର୍ଯ୍ୟାୟରେ ହିନ୍ଦୋଳ, ଢେଙ୍କାନାଳ-ସଦର ଏବଂ ବନ୍ତଳ ଆଦି ତିନୋଟି ବନାଞ୍ଚଳରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଦ୍ୱାରା ବିଦ୍ୟୁତ୍‌ ଆଘାତଜନିତ ହାତୀ ମୃତ୍ୟୁ ସଂଖ୍ୟାରେ ଯଥେଷ୍ଟ ହ୍ରାସ ରେକର୍ଡ କରାଯାଇଛି । ଭିତ୍ତିଭୂମି ଯାଞ୍ଚ, ସଚେତନତା ଅଭିଯାନ ଏବଂ ମିଳିତ କ୍ଷେତ୍ର ଅନୁଧ୍ୟାନ ଯୋଗୁଁ ସ୍ଥାନୀୟ ଲୋକଙ୍କୁ ବିଦ୍ୟୁତ୍‌ ଜନିତ ବିପଦପୂର୍ଣ୍ଣ ସ୍ଥାନ ଚିହ୍ନଟ କରି ହାତୀଙ୍କୁ ସୁରକ୍ଷା ଦେବାରେ ଏହା ସହାୟକ ହୋଇଛି । ଟାଟା ପାୱାରର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଏବଂ ସଷ୍ଟେନେବିଲିଟି ଓ ସିଏସଆର ମୁଖ୍ୟ, ଶ୍ରୀ ହିମଲ ତିୱାରୀ କହିଛନ୍ତି ଯେ, “ଟାଟା ପାୱାରରେ ଦୀର୍ଘସ୍ଥାୟୀତ୍ୱ କେବଳ ବ୍ୟବସାୟ କ୍ଷେତ୍ରରେ ନୁହେଁ ବରଂ ଏହା ଲୋକ ମାନଙ୍କର, ପ୍ରକୃତି ଏବଂ ପ୍ରଗତି ମଧ୍ୟରେ ସମନ୍ୱୟ କୁ ବୁଝାଏ । ଓଡ଼ିଶା ସରକାର ଏବଂ ସ୍ନେହା ଏନଜିଓ ସହିତ ଆମର ଭାଗିଦାରୀ ଭାରତର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରଜାତିକୁ ସୁରକ୍ଷା ଦେବା ସହ ମଣିଷ ବସତିରେ ସୁରକ୍ଷିତ ସହାବସ୍ଥାନକୁ ପ୍ରୋତ୍ସାହିତ କରିବାରେ ଆମର ମିଳିତ ପ୍ରତିବଦ୍ଧତାକୁ ଦର୍ଶାଉଛି । ଆମେ ଯେତେବେଳେ ଗଜ ସଂରକ୍ଷଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରୁଛୁ, ଆମର ସାମୂହିକ ଲକ୍ଷ୍ୟ ହେଉଛି ମଣିଷ ଓ ପଶୁ ମାନଙ୍କ ମଧ୍ୟରେ ସଂଘର୍ଷକୁ ଦୂର କରିବା ଏବଂ ପରିବେଶକୁ ସୁଦୃଢ଼ କରିବା ।