ଚୋରା ବ୍ୟାଟେରି ଜବତ; ୨ କୋର୍ଟ ଚାଲାଣ

ଚୋରା ବ୍ୟାଟେରି ଜବତ; ୨ କୋର୍ଟ ଚାଲାଣ

ଚଣ୍ଡିଖୋଲ : ବୈରୀ ପୁଲିସ ଚୋରି ବ୍ୟାଟେରି ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ୨ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାମତେ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଏକ ପେଟ୍ରୋଲ ପମ୍ପ ନିକଟରେ ସୋଲର ଗ୍ରାମର ପ୍ରଶାନ୍ତ କୁମାର ମହାପାତ୍ର ଓ ପାଇକେରାପୁର ଗାଁର କାର୍ତ୍ତର୍କେଶ୍ୱର ପଣ୍ଡାଙ୍କ ଦୁଇଟି ଟ୍ରକ ୨୫ତାରିଖ ରାତିରେ ସେଠାରେ ରଖି ଉଭୟ ଘରକୁ ଫେରିଥିଲେ । ପରଦିନ ଟ୍ରକରୁ ୪ଟି ଅନ୍ୟ ଟ୍ରକରୁ ମଧ୍ୟ ୬ଟି ବ୍ୟାଟେରୀ ଚୋରି ହୋଇଥିବା ନେଇଚାଳକ ଦେଖିବାକୁ ପାଇଥିଲେ । ଉଭୟ ମାଲିକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ୠଜୁ କରି ଛତିଆ କମ୍ପାନୀ ବଜାର ଓ ଏକ କବାଡିଆରେ ଚଢ଼ାଉ କରିଥିଲା । ପୁଲିସ ସନ୍ତୋଷ ସିଂ(୨୩)କୁ ଗିରଫ କରିବା ସହିତ ୪ଟି ବ୍ୟାଟେରୀ ଜବତ କରିଥିଲା । ପରେ ସନ୍ତୋଷକୁ ପଚରାପଚାରି କରିବା ପରେ ଆଉ୬ଟି ବ୍ୟାଟେରୀ କଟକ ଜିଲା ଟାଙ୍ଗି ଥାନା ଅଧିନସ୍ତ ବାଇଚୁଆ ନିକଟରେ ଏକ କବାଡିଆ ଦୋକାନରେ ଦେଇଥିବା ସ୍ୱିକାର କରିଥିଲା । ତେବେ ପୁଲିସ ଉକ୍ତ ଅଭିଯୁକ୍ତକୁ ନେଇ ସେଠାରେ ପହଁଚିବା ପରେ କବାଡ଼ିଆ ଦୋକାନରେ ଥିବା ୬ଟି ବ୍ୟାଟେରୀଙ୍କୁ ଜବତ କରିବା ସହିତ ଦୋକାନି ସେଣ୍ଟୁ ହୁସେନ(୨୦) କୁ ଗିରଫ କରିବା ସହିତ ଗୁରୁବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।