ଆଜିଠୁ ସଂସଦର ଶୀତ ଅଧିବେଶନ

ଆଜିଠୁ ସଂସଦର ଶୀତ ଅଧିବେଶନ

ନୂଆପଡ଼ା କଥା ଉଠାଇବ ବିଜେଡ଼ି : ସସ୍ମିତ

ନୂଆଦିଲ୍ଲୀ : ଆଜିଠୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ । ଆଗାମୀ ଶୀତ ଅଧିବେଶନରେ ୧୩ଟି ବିଲ ଆସିବ । ଏସଆଇଆରକୁ ନେଇ ସଂସଦର ଉଭୟ ସଦନ କମ୍ପିବ ବୋଲି ଅନୁମାନ କରାଯାଉଛି । ୧୨ ରାଜ୍ୟରେ ଏସଆଇଆର ଚାଲିଥିବାବେଳେ ସ୍ଥଗିତ ରଖିବା ପାଇଁ ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି । ତେବେ ଏନେଇ କେନ୍ଦ୍ର ସରକାର ଆଭିମୁଖ୍ୟ ସ୍ପଷ୍ଟ କରିପାରିନାହାନ୍ତି ।


     ଅପରପକ୍ଷରେ ବିଜେଡ଼ିର ରାଜ୍ୟସଭାର ସଂସଦୀୟ ଦଳ ନେତା ସସ୍ମିତ ପାତ୍ର କହିଛନ୍ତିଯେ, ଦରଦାମ୍‌ ବୃଦ୍ଧି, ବେକାରୀ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ, ରାଜ୍ୟରେ ବିଗିଡ଼ି ଯାଇଥିବା ଆଇନଶୃଙ୍ଖଳା ସ୍ଥିତି, ନୂଆପଡ଼ା ଉପନିର୍ବାଚନରେ ହୋଇଥିବା ଉପନିର୍ବାଚନ ଆଦି ପ୍ରସଙ୍ଗ ଦଳ ଉଠାଇବ । ଏହାଛଡ଼ା ପୁଲିସ ନିଯୁକ୍ତି ଦୁର୍ନୀତି, ପୋଲାଭରମ ଓ ମହାନଦୀ ବିବାଦ, କୋଇଲା ରୟାଲଟି ରିଭିଜନ୍‌ ଆଦି ପ୍ରସଙ୍ଗ ବି ସଂସଦରେ ଉଠିବ ବୋଲି ସସ୍ମିତ କହିଛନ୍ତି । ସଂସଦର ଅଧିବେଶନ ପାଇଁ ଆଜି ସର୍ବଦଳୀୟ ବୈଠକ ବସିଥିବାବେଳେ ୩୬ ଦଳର ପ୍ରତିନିଧି ସାମିଲ୍‌ ହୋଇଥିଲେ । ‘ବନ୍ଦେ ମାତରମ୍‌’ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଲୋଚନା ହେବବୋଲି ଧାର୍ଯ୍ୟ କରାଯାଇଛି ।