୩୦ରେ ଅସ୍ମିତା ଖେଲୋ ଇଣ୍ଡିଆ ଆଥଲେଟିକ୍‌ ଲିଗ୍‌ 

୩୦ରେ ଅସ୍ମିତା ଖେଲୋ ଇଣ୍ଡିଆ ଆଥଲେଟିକ୍‌ ଲିଗ୍‌ 

ବ୍ୟାସନଗର : ଯାଜପୁର ଜିଲ୍ଲା ଆଥଲେଟିକ୍‌ ଆସୋସିଏସନ୍‌ ଆନୁକୂଲ୍ୟରେ ଏଏଫଆଇ ଓ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ପର୍ଯ୍ୟବେକ୍ଷଣରେ ଚଳିତମାସ ୩୦ ତାରିଖ ଦିନ ସକଳା ୮ ଟାରେ ଅସ୍ମିତା ଆଥଲେଟିକ୍‌ ମିଟର ଆୟୋଜନ  କରାଯିବ । ବାଳିକା ମାନଙ୍କୁ ଖେଳ ସହ  ସମ୍ପୃକ୍ତ କରାଯିବା ସହିତ ସେମାନଙ୍କ ଭିତରେ ଥିବା ଲୁକାୟିତ ପ୍ରତିଭାକୁ ଅନ୍ୱେଷଣ କରିବା ପାଇଁ ଏହି ଖେଳକୁ ଆୟୋଜନ କରାଯିବ ।

   ଉକ୍ତ ଖେଳରେ ୧୪ ଏବଂ ୧୬ ବର୍ଷରୁ କମ୍‌ ବିଭାଗର କେବଳ ବାଳିକା ଖେଳାଳୀ ଅଂଶ ଗ୍ରହଣ କରିପାରିବେ । ୧୪ବର୍ଷରୁ କ୍‌ମ  ବୟସ ବର୍ଗ ପାଇଁ ତା-୨୧.୧୨.୨୦୧୧ରିଖରୁ ତା-୨୦.୧୨.୨୦୧୩ରିଖ ମଧ୍ୟରେ ଏବଂ ୧୬ବର୍ଷରୁ କମ୍‌ବର୍ଗ ପାଇଁ ତା-୨୧.୧୨.୨୦୦୦୯ରିଖ ରୁ ତା-୨୦.୧୨.୨୦୧୧ ମଧ୍ୟରେ ଜନ୍ମ ହୋଇଥିବା ଆବଶ୍ୟବ । ଉକ୍ତ ଖେଳରୁ ଖେଳାଳୀ ଚୟନ ପାଇଁ ଆଥଲେଟିକ୍‌ ଡେଡେ଼ରେସନ୍‌ ଅଫ ଇଣ୍ଡିଆରୁ ଜାତୀୟ ସ୍ଥରୀୟ କୋଚ୍‌ ମଧ୍ୟ ଆସିବାର ଯୋଜନା ଅଛି । ଏଣୁ ଆଗ୍ରହୀ ଖେଳାଳୀ ନିଜର ଅଧାର କାଡର଼୍ ଏବଂ ଜନ୍ମଗତ ପ୍ରମାଣ ପତ୍ର ସହିତ ଖେଳ ଉପକରଣ ସହ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ସାଧାରଣ ସଂପାଦକ ସଂବିତ ମହାନ୍ତି ସୂଚନା ଦେଇଛନ୍ତି ।