ରାଜ୍ୟରୁ ତଡ଼ିପାର ହେଲେଣି ୪୯ ବାଂଲାଦେଶୀ
ଭୁବନେଶ୍ୱର : ଆଜି ବିଧାନସଭା ଶୀତ ଅଧିବେଶନର ଚତୁର୍ଥ ଦିନ । ରାଜ୍ୟର ବିଭିନ୍ନ ଯାଗାରୁ ତଡ଼ିପାର ହେଲେଣି ୪୯ ବାଂଲାଦେଶୀ । ଏନେଇ ଗୃହରେ ଲିଖିତ ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆ ସରକାର ଆସିବା ପରେ ଚିହ୍ନଟ ହେଲେଣି ୫୧ ଜଣ ବାଂଲାଦେଶୀ । ସେମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ବାଂଲାଦେଶ ପଠା ଗଲାଣି । ଖୋର୍ଦ୍ଧାରୁ ୨୪, କଟକରୁ ୧୫, ଗଞ୍ଜାମରୁ ୬, କନ୍ଧମାଳରୁ ୩, କୋରାପୁଟରୁ ୧ ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇ ନିଜ ରାଜ୍ୟକୁ ପଠାଯାଇଛି । ଦୁଇ ଜଣ ବାଂଲାଦେଶୀ ଅନୁପ୍ରବେଶ କାରୀ ଜାଲ ପାସ ପୋର୍ଟ କରିଥିବା ଧରା ପଡ଼ିଛନ୍ତି ଏବଂ ସେମାନଙ୍କ ବିରୁଦ୍ଧରେ ଥାନାରେ ମାମଲା ରଜ୍ଜୁ କରାଯାଇଛି।