୧୭ ହଜାରରେ ଏସି ଦେବାକୁ କହି ୩୪ ହଜାର ଲୁଟ୍
ସୁକିନ୍ଦା : ସାଇବର ଠକେଇର ଶୀକାର ହୋଇ ୩୪ ହଜାର ଟଙ୍କା ହରାଇଲେ ଯୁବ ବ୍ୟବସାୟୀ । ଏନେଇ ଆମ୍ପଳବା ପଞ୍ଚାୟତ ଅଧିନସ୍ଥ ସାନ୍ତରାପୁର ଗ୍ରାମ ଜ୍ୟୋତିର୍ମୟ ରଣା ଓରଫ ଜିତୁ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଅଭିଯୋଗ ମତେ ବୁଧବାର ମଧ୍ୟାହ୍ନରେ ତାଙ୍କ ନିକଟକୁ ଏକ ଫୋନ କଲ୍ ଆସିଥିଲା ଏବଂ ସେ ଠକ ନିଜକୁ ସୁକିନ୍ଦା ବଜାରର ଜଣେ ମୋବାଇଲ ବ୍ୟବସାୟୀଙ୍କ ପରିଚୟ ଦେଇ କଥା ହୋଇଥିଲା । ସାମସଙ୍ଗ ମୋବାଇଲ ବିକ୍ରି କରି ତାଙ୍କୁ ୩ଟି ଏସି ମିଳିଛି । ସେମଧ୍ୟରୁ ଦୁଇଟି ଦେବାକୁ କହି ଜିତୁ ଠାରୁ ୩୪ ହଜାର ଟଙ୍କା ଏକ ଫୋନ-ପେ ମାଧ୍ୟମରେ ନେଇଥିଲେ । କିଛି ସମୟ ପରେ ଜିତୁ ସେହି ନମ୍ବରକୁ କଲ୍ କରିବା ପରେ ସ୍ୱିଚ ଅଫ କହିବାରୁ ସେ ଠକାମୀର ଶୀକାର ହୋଇଥିବା ଜାଣି ଥାନାରେ ଅଭିଯୋଗ କରିଛନ୍ତି । ଆଜି ସେହି ନମ୍ବରରୁ ସୁକିନ୍ଦା ଗଡର କିଛି ଲୋକଙ୍କ ନିକଟକୁ କଲ ଆସିଛି । ସଂପୃକ୍ତ ଠକ ସମସ୍ତଙ୍କୁ ୧୭ ହଜାର ଟଙ୍କାରେ ଏସି ଦେବାକୁ କହି ଟଙ୍କା ମାଗୁଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।