ଚଢାଦର ଯୋଗୁ ସାହାପୁର ହାଟରେ ବେପାର ମାନ୍ଦା


ାା ପ୍ରଭାନୁ୍ୟଜ ।ା ପାଣିକୋଇଲି : କୋରେଇ ବ୍ଲକର ସର୍ବପୁରାତନ ହାଟ କହିଲେ ସହାପୁର ହାଟକୁ ବୁଝାଏ । ଏହା ସପ୍ତାହରେ ଦୁଇ ଦିନ ମଙ୍ଗଳ ବାର ଓ ଶନିବାର ବସେ । ଏହି ଦୁଇଦିନ ହାଟକୁ ଆଖପାଖ ଅଞ୍ଚଳର ସମସ୍ତ ପରିବା ଚାଷୀ ହାଟକୁ ବିକିବାକୁ ଆଣିଥାନ୍ତି ଏହା କିଣା ବିକାର ଆଦାନ ପ୍ରଦାନ ହୋଇଥାଏ । ହାଟ ଉପରେ ସମସ୍ତେ ନିର୍ଭର କରିଥାନ୍ତି । ସଉଦା ଓ ପରିବା ଠାରୁ ଆରମ୍ଭ କରି ଘରର ସମସ୍ତ ଉପକରଣ ଜିନିଷ ମିଳିଥାଏ । କିନ୍ତୁ ଆଜିର ଦିନରେ ପରିବା ଓ ଆଳୁ ପିଆଜର ଦର ଦାମ ଉପରେ ହତମାରିହେଉନାହିଁ । ଘରର ରୋଷେଇ ପାଇଁ ଯାହା ଥାଉ ନଥାଉ ଆଳୁ କିନ୍ତୁ ନିହାତି ଦରକାର ଆଲୁବିନା ରୋଷେଇ କରିବା ସମ୍ଭବ ନୁହେଁ ଏବେ କିନ୍ତୁ ଆଳୁ ଆକାଶ ଛୁଆଁ ଥିବାବେଳେ ତ ସହିତ ଆଜିର ବଜାରରେ ପିଆଜର ଦାମ ମଧ୍ୟ ଆକାଶ ଛୁଆଁ ହୋଇଯାଇଛି । ପରିବାର ଦର ନ କହିବା ଭଲ । ପରିବା ୪୦ରୁ ୫୦ଉପରେ ବିକ୍ରି ହେଉଛି । ବର୍ତ୍ତମାନର ସମସ୍ୟା ପରିବା ଓ ଆଳୁ ପିଆଜ ଉପରେ ସାଧାରଣ ଗ୍ରାହକ ନାହିଁ ନଥିବା ହଇରାଣ ହେଉଛନ୍ତି । ଏସବୁ ମଧ୍ୟରେ ଯେଉଁ ଦୋକାନୀ ପରିବା ଓ ଆଳୁ ପିଆଜ ବିକ୍ରି କରି ଗୁଜୁରାଣ ମେଣ୍ଟାଉ ଥିଲେ ସେ ଏବେ ଚିନ୍ତାରେ ପଡିଯାଇଛନ୍ତି । ଏତେ ଟଙ୍କା ଖର୍ଚ୍ଚ କରି ବେପାର କରିବାକୁ ଡରୁଛନ୍ତି । କାରଣ ହାଟରେ ପ୍ରତ୍ୟେକ ପାଳି ଗ୍ରାହକ କମୁଛନ୍ତି । ଯାହା ଫଳରେ ବେପାର ଉପରେ ପ୍ରଭାବ ପଡୁଛି । ଏ ହାଟଟି ସକାଳ ୭ ଟା ଆରମ୍ଭ ହୋଇ ଦିନ ୨ଟା ପର୍ଯ୍ୟନ୍ତ ଚାଲେ । ଏବେ କିନ୍ତୁ ଦରଦାମ ବୃଦ୍ଧି ହେତୁ ତାହା ୧୨ଟା ଭିତରେ ହାଟ ଶୁନଶାନ ହୋଇପଡ଼ିଛି ।