ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ବୁଲିବାକୁ ଆସି ବଙ୍ଗୀୟ ପର୍ଯ୍ୟଟକ ନିଖୋଜ

ାା ପ୍ରଭାନୁ୍ୟଜ୍ ।ା ନୀଳଗିରି : ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଅଧିନସ୍ଥ ବାବା ପଞ୍ଚଲିଙ୍ଗେଶ୍ୱର ପୀଠକୁ ବୁଲିବାକୁ ଆସିଥିବା ବଙ୍ଗୀୟ ପର୍ଯ୍ୟଟକଙ୍କ ମଧ୍ୟରୁ ଜଣେ ନିଖୋଜ ହୋଇଥିବା ନେଇ ପରିବାର ପକ୍ଷରୁ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ବୁଧବାର ପଶ୍ଚିମବଙ୍ଗ ହାଓଡା ଜିଲ୍ଲା ଶ୍ୟାମପୁର ଥାନା ଅଞ୍ଚଳର ୬୦ରୁ ଉଦ୍ଧ୍ୱର୍ ବଙ୍ଗୀୟ ପର୍ଯ୍ୟଟକ ନୀଳଗିରି ସ୍ଥିତ ବାବା ପଞ୍ଚଲିଙ୍ଗେଶ୍ୱର ଶୈବପୀଠକୁ ଏକ ଘରୋଇ ବସରେ ବୁଲିବାକୁ ଆସିଥିଲେ । ଯିବାବେଳେ ପର୍ଯ୍ୟଟକଙ୍କ ମଧ୍ୟରୁ ଉକ୍ତ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ସ୍ୱର୍ଗତ ଈଶ୍ୱର ବିବେକାନନ୍ଦ କୁନ୍ତୀଙ୍କ ପୁଅ ସୁଜିତ କୁନ୍ତୀ (୪୮) ବସରେ ଯାଇ ନପାରି କୁଆଡେ ନିଖୋଜ ହୋଇଯାଇଥିଲେ ।