ଯାଜପୁର ଓ ସୁକିନ୍ଦାରେ ରାଷ୍ଟ୍ରୀୟ ଲୋକ ଅଦାଲତ

 ଯାଜପୁର ସଦର-ସୁକିନ୍ଦା: ଜିଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଅଦାଲତରେ ବିଭିନ୍ନ ପ୍ରକାରର ମୋଟ ୪୪୧ ଗୋଟି ମକଦ୍ଦମା ଫଇସଲା ହୋଇଛି । ସେଥି ମଧ୍ୟରୁ ୨୬୯ ଗୋଟି ଫୌଜଦାରୀ,୨୪ ଗୋଟି ମଟର ଦୁର୍ଘଟଣା ଜନିତ ମାମଲା, ୧୧୨ ଗୋଟି ଦେୱାନୀ ୩୧ ଗୋଟି ପାରିବାରିକ କଳହ ମକଦ୍ଦମା ଏବଂ ୫ ଗୋଟି ଖାଉଟି ବିବାଦର ଫଇସଲା କରାଯାଇ ମୋଟ ୪.୭୧.୨୭.୫୬୧ଟଙ୍କା ଜରିମାନା ଆଦାୟ କରାଯାଇଛି । ରାଜସ୍ୱ ବିଭାଗର୨୪୧୮ଟି ରାଜସ୍ୱ ମାମଲା ବିଚାର କରାଯାଇ ମୋଟ ଟ ୩୩୮୭୨ ଙ୍କା ରାଜସ୍ୱ ଆଦାୟ କରାଯାଇଛି । ଏତବ୍ୟତୀତ ଏହି ଲୋକ ଅଦାଲତରେ ବିଭିନ୍ନ ବ୍ୟାଙ୍କର ମୋଟ ୨୮ଗୋଟି ଏବଂ ୪ ଗୋଟି ଟେଲିଫୋନ ସମ୍ଭନ୍ଧୀୟ ପ୍ରାକ ବିଚାରଧୀନ ବ୍ୟାଙ୍କ ମାମଲା ଫଇସଲା କରାଯାଇ ମୋଟ୭,୬୩,୭୦୦ଟଙ୍କା ଆଦାୟ କରାଯାଇଛି । ଲୋକ ଅଦାଲତକୁ ଜିଲା ଓ ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଡ.ଜୀବନଜ୍ୟୋତି ରଥ ଉଦଘାଟନ କରିଥିଲେ । ଜିଲା ଆଇନ ସେବା ପ୍ରାଧିକରଣର ସଚିବ ଜ୍ୟୋତିର୍ମୟୀ ଦାସ ପରିଚାଳନା କରିଥିଲେ । ଜିଲାର ପରିବାର ଅଦାଲତରେ ବିଚାରପତି ଗୁଣ୍ଡିଚା ସାମନ୍ତସିଂହାର, ଅତିରିକ୍ତ ଜିଲାଜଜ ସୁନୀଲ କୁମାର ଦାସ, ବରିଷ୍ଠ ଦୈୱାନୀ ବିଚାରପତି  ସତ୍ୟପକାଶ ରାଏ ଚୌଧୁରି, ଅତିରିକ୍ତ ବରିଷ୍ଠ ଦୈୱାନୀ ବିଚାରପତି ମନସ୍ୱନୀ ରଥ, ରେଜିଷ୍ଠର ମାନସ ରଂଜନ ସମାନ୍ତରାୟ,ଏସ୍ଡିଜେଏମ ଇଫସିତା ନନ୍ଦ, ଦେୱାନୀ ବିଚାରପତି ପାରସ ପାଢ଼ୀ ଏବଂ ଜେଏମଏଫ୍ ସୁନାରାମ ମାଝୀ ଅଂଶ ଗ୍ରହଣ କରି ବିଭିନ୍ନ ମକଦ୍ଦମା ଗୁଡିକ ଫଇସଲା କରିଥିଲେ । ସେହିପରି ସୁକିନ୍ଦା ଗ୍ରାମ୍ୟ ନ୍ୟାୟାଳୟ ପରିସରରେ ଜାତୀୟସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଲୋକ ଅଦାଲତରେ ମୋଟ୧୬ଟି ମୋକଦ୍ଦମା ଶୁଣାଣୀ କରାଯାଇଛି । ଗୋଟିଏ ମାମଲାରେ ୬ଜଣ ଅଭିଯୁକ୍ତଙ୍କ ଠାରୁ ୬୦୦ ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣାପଡିଛି । ସୁକିନ୍ଦା ଗ୍ରାମ୍ୟ ନ୍ୟାୟାଳୟ ନ୍ୟାୟ ଅଧିକାରିଣୀ ବିଜୟଲକ୍ଷ୍ମୀ ମହାପାତ୍ର ମାମଲାର ଶୁଣାଣି କରିଥିଲେ । ସରକାରୀ ଆଇନଜୀବୀ ଚନ୍ଦ୍ରକାନ୍ତ ପାତ୍ର ଓ ଆଇନଜୀବୀ ପ୍ରଶାନ୍ତ ବଳିଆରସିଂ, ଚିତରଞ୍ଜନ ମହାପାତ୍ର, ସୁବାସ ଚନ୍ଦ୍ର ମହାନ୍ତ ପ୍ରମୁଖ ମୋକଦ୍ଦମା ପରିଚାଳନା କରିଥିଲେ । ନ୍ୟାୟାଳୟ କର୍ମଚାରୀ ଅଜୟ କୁମାର ମଲିକ, ଗାୟତ୍ରୀ ଜେନା, ମହେଶ୍ୱର ସାହୁ ପ୍ରମୁଖ ସହଯୋଗ କରିଥିଲେ ।