ଖାଦ୍ୟ ମାଗିବାରୁ ଗଣ୍ଡଗୋଳ
ବିଞ୍ଝାରପୁର : ଏହି ବ୍ଲକ ଜରି ପଞ୍ଚାୟତ ଜରି ବାଙ୍କର ଲୋଚନ ମଳିକ ଅଙ୍ଗନବାଡିରୁ ମିଳିବାକୁ ଥିବା ଖାଦ୍ୟ ମାଗିବାରୁ କର୍ମୀ ଖାଦ୍ୟ ନଦେଇ ତାକୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ ବୋଲି ଅଭିଯୋଗ ହୋଇଛି । ମଳିକ ବିଡିଓ ଓ ସିଡିପିଓଙ୍କୁ ଯାଇ କହିବେ ବୋଲି କହି ଘରକୁ ଆସି ପହଞ୍ଚିଲା ବେଳକୁ କର୍ମୀଙ୍କ ସ୍ୱାମୀ କୁମ୍ଭକର୍ଣ୍ଣ ମଳିକ, ଝିଅ, ପୁତୁରା ପ୍ରଭାତ ଓ ଅନ୍ୟକିଛି ଲୋକ ତାର ଘରକୁ ଯାଇ ତାକୁ ତାର ଘରୁ ଘୋଷାରି ବିଧା, ଗୋଇଠା ମାରି ଲହୁଲୁହାଣ କରିଥିଲେ । ଆକ୍ରମଣ କାରୀଙ୍କ କବଳରୁ ମୁକୁଳି ଯାଇ ଦୁଇ ଦିନ ତଳେ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବିଞ୍ଝାରପୁର ଥାନା କେସ ନମ୍ବର ୩୯୬/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଏପର୍ଯ୍ୟନ୍ତ ଆସାମୀମାନଙ୍କୁ ଗିରଫ କରାଯାଇ ନଥିବାରୁ ମଳିକ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅପରନ୍ତୁ ମଳିକ ଓ ତାର ଶ୍ୱଶୁର ସମେତ ପ୍ରାୟ ପାଞ୍ଚ ଜଣଙ୍କ ନାମରେ ଅପରପକ୍ଷରୁ ଅଭିଯୋଗ ପରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଘଟଣାର ନିରପେକ୍ଷ ଅନୁସନ୍ଧାନ କରି ମଳିକଙ୍କୁ ନ୍ୟାୟ ଦେବାକୁ ସେ ବିଞ୍ଝାରପୁର ପୁଲିସ ନିକଟରେ ଗୁହାରି କରିଛନ୍ତି ।