ଜରାଶ୍ରମ ସଂସ୍କୃତି


ଏବେ ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ଦିନହେଲା ବୟସ୍କ ନାଗରିକମାନଙ୍କ ନିମିତ୍ତ ଏକ ନୂଆସଂସ୍କୃତି ରାଜ୍ୟରେ ଦେଖାଦେଇଛି । ତାହା ହେଲା ବୃଦ୍ଧାଶ୍ରମ ବାଜରାନିବାସ । ଯୌଥ ପରିବାର କ୍ରମେ ଭାଙ୍ଗି ସହରୀ ସଭ୍ୟତାରେ ଏକକ ପରିବାରରେ ପରିଣତ ହେବା ପରେ ପରିବାରର ବୟସ୍କ ଲୋକମାନଙ୍କ ପାଇଁ ଆଉ ସ୍ଥାନ ନାହିଁ । ପାଠ ପଢ଼ି ଉଚ୍ଚଶିକ୍ଷିତ ହେବା ପରେ ପୁଅଝିଅମାନେ ନିଜଗାଁ ତଥା ରାଜ୍ୟ ଭିଟାମାଟି ଛାଡ଼ି କିଏ ବିଦେଶକୁ ଚାଲିଗଲେ ତ କିଏ ବଡ଼ବଡ଼ ସହରରେ ଯାଇ ରହିଗଲେ । ସେଠାରେ ବୃଦ୍ଧ ପିତାମାତାଙ୍କୁ ନିଜ ପାଖରେ ରଖିବାକୁ ଆଉ ଚାହିଁଲେ ନାହିଁ । ଏଭଳି ଏକ ମନୋବୃତ୍ତିରୁ ସୃଷ୍ଟି ହେଲା ଜରାନିବାସ ଭଳି ଏକ ନୂଆ ପରିକଳ୍ପନା । କ୍ରମେ କ୍ରମେ ସେଭଳି ଏକ ପରିକଳ୍ପନାକୁ ସରକାର ମଧ୍ୟ ସମର୍ଥନ କରିବାକୁ ବାଧ୍ୟ ହେଲେ । ଜିଲ୍ଲାମଙ୍ଗଳ ବିଭାଗ ପକ୍ଷରୁ ଜରାନିବାସ ଗୁଡ଼ିକର ପରିଚାଳନା ନିମିତ୍ତ ଆର୍ଥôକ ସହାୟତା ଦିଆଗଲା । ଜରାନିବାସ ଗୁଡ଼ିକ ପ୍ରଥମରୁ ଏକ ଆବଶ୍ୟକତା ଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଜରାନିବାସ ଗୁଡ଼ିକୁ ଉଚ୍ଚଶିକ୍ଷିତ ପୁଅଝିଅମାନେ ଏକ ଜୀବନଶୈଳୀ ଭାବରେ ଗ୍ରହଣ କରିନେଲେ । ଯେଉଁ ବାପାମାଆ ପିଲାମାନଙ୍କୁ ଜନ୍ମକରି ସେମାନଙ୍କର ସେବା ଯତ୍ନ କରି ବଡ଼କରି ପାଠ ପଢ଼େଇଲେ ସେହି ପିଲାମାନେ ବଡ଼ ହୋଇଯିବା ପରେ ବାପାମାଆମାନଙ୍କୁ ପର କରିଦେଲେ । ସେମାନଙ୍କୁ ଜରାଶ୍ରମ ବା ବୃଦ୍ଧାଶ୍ରମରେ ରଖେଇବାର ବ୍ୟବସ୍ଥା କରେଇ ଦେଇ କେବଳ ଟଙ୍କା ପଠେଇବାରେ ଲାଗିଲେ । ଆଉ କେତେକ ସ୍ଥଳରେ ପିଲାମାନେ ଟଙ୍କା ମଧ୍ୟ ଦେଲେନାହିଁ । ସମ୍ପୂର୍ଣ୍ଣରୂପେ ସରକାରୀ ଅନୁଦାନ ଉପରେ ନିର୍ଭର କରି ବୁଢ଼ା ବାପାମାଆମାନେ ଭାଗ୍ୟକୁ ଆଦରି ପଡ଼ିରହିଲେ । ପିଲାମାନଙ୍କୁ ଅର୍ଥ ର ରୋଜଗାରର ନିଶା ଏଭଳି ଘାରିଲା ଯେ ବାପାମାଆଙ୍କର ଋଣକୁ ମଧ୍ୟ ସେମାନେ ଅର୍ଥରେ ତଉଲିବାକୁ ଲାଗିଲେ । ଆଉ କେତେକ କ୍ଷେତ୍ରରେ ଏକାଧିକ ସନ୍ତାନସନ୍ତତି ବାପମାଆକୁ ଭାଗ କରିବାରେ ଲାଗିଗଲେ । ଜଣେ ପୁଅ ବାପାମାଆଙ୍କୁ ମାସେ ରଖିଲେ ଆଉ ଜଣେ ପୁଅ ଆଉ ମାସେ ରଖିବା ଭଳି ପାଲିକରିଲେ । ଗୋଟିଏ ପକ୍ଷରେଜରାଜୀର୍ଣ୍ଣ ଅବସ୍ଥାରେ ଶରୀରର ଯତ୍ନ, ଔଷଧ ଚିକିତ୍ସା, ନାତୀ ନାତୁଣୀମାନଙ୍କର ସାହଚର୍ଯ୍ୟ ଆଦି ବୟସ୍କ ନାଗରିକମାନେ ଖୋଜି ବୁଲୁଥିବା ବେଳେ ସେମାନଙ୍କୁ ମାସ ହିସାବରେ ଭାଗ କରିବା, ସେବା ଯତ୍ନରେ ଅବହେଳା କରିବା ଅର୍ଥ ମାଧ୍ୟମରେ ସେମାନଙ୍କର ଋଣ ପରିଶୋଧ କରିବାର ଉଦ୍ୟମ ଆଜିର ସଭ୍ୟ ମଣିଷକୁ ଘାରିଛି । ନିଜ ପରିବାର ଭିତରେ ବୟସ୍କ ନାଗରିକମାନେ ଯେଭଳିରହି ପାରିଥାନ୍ତେ ବୃଦ୍ଧାଶ୍ରମ ଗୁଡ଼ିକରେ ସେମାନେ ସେଭଳି ରହିପାରୁନାହାନ୍ତି । ସ୍କୁଲ୍ର ଛାତ୍ରଙ୍କ ଭଳି ଏକ ରୁଟିନ୍ ବନ୍ଧା ଜୀବନ ଭିତରେ ସେମାନେ ବାନ୍ଧି ହୋଇ ରହିବାକୁ ବାଧ୍ୟ ହେଲେଣି । ସକାଳୁ ଉଠିଲେ ସ୍କୁଲ୍ରେ ଘଣ୍ଟା ବାଜିବା ଭଳି ଜରାଶ୍ରମ ଗୁଡ଼ିକରେ ଘଣ୍ଟା ବଜେଇ ସେମାନଙ୍କ ଦୈନନ୍ଦିନ ଜୀବନ ଆରମ୍ଭ କରାଯାଉଛି । ପୁଅଝିଅଙ୍କୁ ଜନ୍ମ କରି କେତେ କଷ୍ଟରେ ସେମାନେ ବଡ଼ କରିଥିଲେ ସେକଥା ରୋଜଗାରକ୍ଷମ ହୋଇଯିବା ପରେ ପୁଅଝିଅମାନେ ଆଉ ବୁଝିବା ଅବସ୍ଥାରେ ନାହାନ୍ତି । ଏ ପ୍ରକାରର ଏକ ସଂସ୍କୃତି ବର୍ତ୍ତମାନ ସମାଜକୁ ଗ୍ରାସ କରିଲାଣି । 
ଯେଉଁ ଯୁବଗୋଷ୍ଠୀ ଆଜି ଅର୍ଥ ରୋଜଗାରର ଲୋଭରେ ବାପମାଆଙ୍କୁ ନେଇ ଜରାଶ୍ରମରେ ଛାଡ଼ିଆସୁଛନ୍ତି, ସେମାନଙ୍କର ମଧ୍ୟ ଜରାଶ୍ରମକୁ ଯିବାର ଏକ ସମୟ ଆସୁଛି ବୋଲି ସେମାନେ ଭୁଲିଯିବା ଅନୁଚିତ୍ । ଅର୍ଥ ରୋଜଗାରର ନିଶା ଏଭଳି ଭାବରେ ଘାରିଛି ଯେ ନିଜର ପିତାମାତାଙ୍କୁ ବି ସେମାନଙ୍କ ଋଣକୁ ଅର୍ଥ ଭାବରେ ପରିଶୋଧ କରିବାରଚି"ା ଆଜିର ଯୁବସମାଜ ପାଇଁ ଦିନେ ଅଭିଶାପରେ ପରିଣତହେବ ।