କରେଣ୍ଟ ଲାଗି ହାତୀର ମୃତୁ୍ୟ
ଅନୁଗୁଳ : ସାତକୋଶିଆ ଅଭୟାରଣ୍ୟର କୁଲାଙ୍ଗୀ ଗ୍ରାମ ନିକଟରେ ସୋଲାର କରେଣ୍ଟ ଲାଗି ଏକ ଦନ୍ତାହାତୀର ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି । ବାରମ୍ୱାର ହାତୀ ମୃତୁ୍ୟ ଘଟଣା ଘଟୁଥିଲେ ମଧ୍ୟ ବନ ବିଭାଗ ସତେ ଯେମିତି ନିଶ୍ଚଳ ପାଲଟି ଯାଇଛି । କେତେ ବେଳେ ହାତୀ ଆକ୍ରମଣରେ ମଣିଷ ମରୁଛି ତ ପୁଣି କେତେବେଳେ ମଣିଷ ଦ୍ୱାରା ହାତୀ ମରୁଛନ୍ତି ଯାହାକି ବନ ବିଭାଗର ଅପାରଗତା ଜଳଜଳ ଦେଖାଯାଉଛି । ସୁଚନା ଥାଉକି ହାତୀଟି ଗାଁ ନିକଟକୁ ଫସଲ ଖାଇବାକୁ ଆସିଥିଲା । ଆଉ ସୋଲାର ତାର କରେଣ୍ଟ ଲାଗିଯିବା ଯୋଗୁଁ ମୃତୁ୍ୟ ଘଟିଛି ବୋଲି ଜଣାପଡିଛି । ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ କେଉଁ ପରିସ୍ଥିତିରେ ହାତୀଟିର ମୃତୁ୍ୟ ହେଲା ତାହା ତଦନ୍ତ କରୁଛି ବନ ବିଭାଗ । ତେବେ ବାରମ୍ବାର ଅନୁଗୋଳରେ ଏହିପରି ସୋଲାର କରେଣ୍ଟ ଲାଗି ହାତୀର ମୁତୁ୍ୟ ଯୋଗୁଁ ବନ ବିଭାଗ ପାଇଁ ଚିନ୍ତାର କାରଣ ହୋଇପଡ଼ିଛ