ଭାରତ ରୁଷ ସହ ସବୁବେଳେ ରହିଛି, ରହିବ ମଧ୍ୟ

 ନୂଆଦିଲ୍ଲୀ: ଭାରତ ସବୁବେଳେ ରୁଷ ସହ ବନ୍ଧୁତା ରଖି ଆସିଛି । ସବୁବେଳେ ରୁଷ ସହ ଠିଆ ହୋଇଛି ଓ ଆଗକୁ ବି ଏହି ସମର୍ଥନ ଜାରି ରହିବ । ମସ୍କୋ ଗସ୍ତରେ ଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟି ଏହା ପ୍ରକାଶ କରିଛନ୍ତି । କ୍ରେମଲିନରେ ଦୁଇ ନେତାଙ୍କ ସାକ୍ଷାତ ହୋଇଥିବା ବେଳେ ଏହି ସମୟରେ ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା । ଭାରତ-ରୁଷ ଆନ୍ତଃ ସରକାରୀ କମିଶନଙ୍କ ୨୧ତମ ଅଧିବେଶନ ଅବସରରେ ପୁଟିନଙ୍କ ସହ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ରାଜନାଥ ସିଂହ । ପୁଟିନ୍ ଓ ରାଜନାଥ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବିପୁଳ ଭାଗିଦାରୀ ସମ୍ଭାବନା ରହିଛି ଓ ମିଳିତ ପ୍ରୟାସରେ ଉଲ୍ଲେଖନୀୟ ଫଳାଫଳ ମିଳିବ ।