ଭାଲୁ ଆକ୍ରମଣରେ ନାବାଳକ ଗୁରୁତର
ସୁକିନ୍ଦା : ଜଙ୍ଗଲି ଭାଳୁ ଆକ୍ରମଣରେ ଜଣେ ନାବାଳକ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଢେଙ୍କାନାଳ ଜିଲ୍ଲା ଅଁଳାଝରି ଗ୍ରାମ ଅକ୍ଷୟ ବେହେରାଙ୍କ ଶିଶୁପୁତ୍ର ରୁଦ୍ର (୬) ଶୁକ୍ରବାର ସକାଳ ସମୟରେ ଘର ପଛ ପଟକୁ ଶୌଚ ପାଇଁ ଯାଇଥିବା ବେଳେ ଏକ ଭାଲୁ ଆକ୍ରମଣର ଶୀକାର ହୋଇଥିଲା । ଆକ୍ରମଣରେ ଶିଶୁ ପୁତ୍ରର ବେକର ଉଭୟ ପାର୍ଶ୍ୱରେ ଗଭୀର ଆଘାତ ଲାଗି ସେ ଗୁରୁତର ଆହତ ହୋଇଥିଲା । ଶିଶୁ ପୁତ୍ରର ଚିତ୍କାର ଶୁଣି ପରିବାର ଲୋକେ ଯିବାରୁ ଭାଲୁ ସେଠାରୁ ଖସି ପଳାଇଥିଲା । ପରିବାର ଲୋକେ ତୁରନ୍ତ ଶିଶୁ ପୁତ୍ରକୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଶିଶୁର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
Samir Kumar Rout