ବ୍ରାହ୍ମଣୀ ନଦୀରୁ ଦୁଇ ମୃତ ଦେହ ଉଦ୍ଧାର
ବଣାଇ : ବ୍ରାହ୍ମଣୀ ନଦୀରୁ ଦୁଇ ମୃତ ଦେହ ଉଦ୍ଧାର । ମୃତକ ଦୁଇଜଣଙ୍କ ମଧ୍ୟରେ ଜଣେ ଯୁବକ ଥିବା ସମୟରେ ଆଉଜଣେ ମହିଳା ଅଛନ୍ତି । ସୁନ୍ଦରଗଡ ଜିଲ୍ଲା ବଣାଇ ଚାନ୍ଦିପୋଷ ଥାନା ଅନ୍ତର୍ତତ ବିରତୋଳା ମନ୍ଦିର ନିକଟରେ ଏହି ଘଟଣା ଘଟିଛି । ଅଜି ଚାନ୍ଦିପୋଷ ଥାନା ବୀରତୋଳା ମନ୍ଦିର ନିକଟରେ ଉଭୟଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ପୁଲିସକୁ ସୂଚନା ଦେବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ପୁଲିସ ପହଞ୍ଜି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଯୁବକ ଓ ଯୁବତୀ ଉଭୟ ରାଉରକେଲା ଅଞ୍ଚଳର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଯୁବକ ଜଣକ ବାନ୍ଧମୁଣ୍ଡାର ତିଲକ ନଗରର ଜ୍ଞାନେନ୍ଦ୍ର ସ୍ୱାଇଁ ବୋଲି ଜଣା ପଢିଥିବା ବେଳେ ମହିଳା ଜଣଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ଚାନ୍ଦିପୋଷ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି । ତେବେ କେଉଁ ପରିସ୍ଥିତିରେ ସେମାନେ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।
Samir Kumar Rout