ହୋମଗାର୍ଡ ନିଯୁକ୍ତି : ସୁବର୍ଣ୍ଣପୁର ଏସ୍‌ପିଙ୍କୁ ନୋଟିସ 

ସୁବର୍ଣ୍ଣପୁର : ପୁଲିସ ହୋମଗାର୍ଡ ନିଯୁକ୍ତି ଅନିୟମିତତା ମାମଲାରେ ସୁବର୍ଣ୍ଣପୁର ଏସ୍‌ପି ଏବଂ ଅନ୍ୟମାନଙ୍କୁ ହାଇକୋର୍ଟଙ୍କ ନୋଟିସ । ନିଯୁକ୍ତିର ବୈଧତା ମାମଲାର ଫଳାଫଳ ଉପରେ ନିର୍ଭର କରିବ ହାଇକୋର୍ଟ । ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗରେ ମାମଲା ଦାୟର ହୋଇଛି । ସମଗ୍ର ଜିଲ୍ଲାରେ ୯୨ ଜଣଙ୍କୁ ଚୟନ ନେଇ ଜାରି ହୋଇଥିଲା ବିଜ୍ଞପ୍ତି । ଏହା ବ୍ୟତିତ ଅନ୍ୟ ଥାନା ଅଞ୍ଚଳର ପ୍ରାର୍ଥୀଙ୍କୁ ସୁବର୍ଣ୍ଣପୁର ଥାନାରେ ନିଯୁକ୍ତିକୁ ବିରୋଧ କରାଯାଇଛି । ଫେବୃଆରୀ ୨୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।